ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜରେ ୪୨କୋଟି ଗରିବ ଲୋକ ପାଇଛନ୍ତି ୫୩,୨୪୮କୋଟି ଟଙ୍କାରଆର୍ଥିକ ସହାୟତା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜର ୧.୭୦ ଲକ୍ଷ କୋଟି ଟଙ୍କା ମଧ୍ୟରୁ ସରକାର ମାଗଣା ଖାଦ୍ୟ ଶସ୍ୟ, ମହିଳା, ଗରିବ, ବରିଷ୍ଠ ନାଗରିକ ଏବଂ କୃଷକଙ୍କୁ ନଗଦ ଅର୍ଥ ପ୍ରଦାନ କରିବା ଲାଗି ଘୋଷଣା କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ଏହି ପ୍ୟାକେଜର ଦ୍ରୁତ କାର୍ଯ୍ୟକାରିତା ନେଇ ନିୟମିତ ସମୀକ୍ଷା କରାଯାଉଛି । ପ୍ରାୟ ୪୨ କୋଟି ଗରିବ ଜନସାଧାରଣ ଏହି ଯୋଜନା ଅଧୀନରେ ୫୩,୨୪୮ କୋଟି ଟଙ୍କା ଆର୍ଥିକ ସାହାଯ୍ୟ ପାଇଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ (ପିଏମଜିକେପି) ଯୋଜନାର ବିଭିନ୍ନ ପ୍ରଭାଗରେ ହୋଇଥିବା ପ୍ରଗତି, ପ୍ରଧାନମନ୍ତ୍ରୀ କିସାନ ଯୋଜନାର ପ୍ରଥମ କିସ୍ତି ବାବଦ ୮.୧୯ କୋଟି ହିତାଧିକାରୀଙ୍କୁ ୧୬,୩୯୪ କୋଟି ଟଙ୍କା ପ୍ରଦାନ, ୨୦.୦୫ କୋଟି (୯୮.୩୩%)ମହିଳା ଜନଧନ ଖାତାଧାରକଙ୍କ ଜମା ଖାତାରେ ପ୍ରଥମ କିସ୍ତି ବାବଦକୁ ୧୦,୦୨୯ କୋଟି ଟଙ୍କା ପଇଠ ହୋଇଛି । ପ୍ରଧାନମନ୍ତ୍ରୀ ମହିଳା ଜନଧନ ଯୋଜନା ଖାତାଧାରକଙ୍କ ଆକାଉଣ୍ଟରୁ ଉଠାଯାଇଛି ୮.୭୨ କୋଟି ଟଙ୍କା (୪୪%) । ଦ୍ଵିତୀୟ କିସ୍ତି ବାବଦକୁ ୨୦.୬୨ କୋଟି (୧୦୦%)ହିତାଧିକାରୀଙ୍କ ଖାତାରେ ପଇଠ ହୋଇଛି ୧୦,୩୧୫ କୋଟି ଟଙ୍କା । ତେବେ ଦ୍ଵିତୀୟ କିସ୍ତିର ଏହି ଅର୍ଥରୁ ଶତକଡା ୪୭ ଭାଗ ହିତାଧିକାରୀ ୯.୭ କୋଟି (୪୭%)ଟଙ୍କା ଉଠାଇଛନ୍ତି । ୨.୮୧ କୋଟି ବୃଦ୍ଧ, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ଦୁଇଟି କିସ୍ତିରେ ୨୮୧୪.୫ କୋଟି ଟଙ୍କା ପ୍ରଦାନ କରାଯାଇଛି ।୨.୩ କୋଟି କୋଠାବାଡି ଓ ନିର୍ମାଣ ଶ୍ରମିକଙ୍କୁ ୪୩୧୨.୮୨ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ୩୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏପ୍ରିଲ ମାସ ପାଇଁ ୧୦୧ ଲକ୍ଷ ଟନ ଖାଦ୍ୟ ଶସ୍ୟ ଉଠାଇଛନ୍ତି । ଏପ୍ରିଲ ମାସରେ ଏହି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ୩୬.୯୩ ଲକ୍ଷ ଟନ ଖାଦ୍ୟ ଶସ୍ୟ ୭୩.୮୬ କୋଟି ହିତାଧିକାରୀଙ୍କ ମଧ୍ୟରେ ବଣ୍ଟନ କରିଛନ୍ତି । ମେ’ ମାସରେ ୩୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ୩୫.୮୫ କୋଟି ହିତାଧିକାରୀଙ୍କୁ ୩୨.୯୨ ଲକ୍ଷ ଟନ ଖାଦ୍ୟ ଶସ୍ୟ ବାଣ୍ଟିଛନ୍ତି । ଚଳିତ ମାସରେ ଏପର‌୍ୟ୍ୟନ୍ତ ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ୭.୧୬ କୋଟି ହିତାଧିକାରୀଙ୍କୁ ୩.୮୫ ଲକ୍ଷ ଟନ ଖାଦ୍ୟ ଶସ୍ୟ ବଣ୍ଟନ କରିଛନ୍ତି । ଏହାଛଡା ୫.୦୬ ଡାଲି ଜାତୀୟ ଶସ୍ୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଯାଇଛି । ଏପର‌୍ୟ୍ୟନ୍ତ ୧୯.୪ କୋଟି ହିତାଧିକାରୀଙ୍କ ପରିବାରଙ୍କ ମଧ୍ୟରୁ ୧୭.୯ କୋଟି ହିତାଧିକାରୀ ପରିବାରକୁ ୧.୯୧ ଲକ୍ଷ ଟନ ଖାଦ୍ୟ ଶସ୍ୟ ବଣ୍ଟନ କରାଯାଇଛି । ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ଅଧୀନରେ 9.25 କୋଟି ସିଲିଣ୍ଡର ଏପର୍ଯ୍ୟନ୍ତ ବୁକ ହୋଇଥିବା ବେଳେ ହିତାଧିକାରୀମାନଙ୍କୁ 8.58 କୋଟି ସିଲିଣ୍ଡର ମାଗଣା ବିତରଣ କରାଯାଇଛି । ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ଅଧୀନରେ ୯.୨୫ କୋଟି ସିଲିଣ୍ଡର ଏପର‌୍ୟ୍ୟନ୍ତ ବୁକ ହୋଇଥିବା ବେଳେ ହିତାଧିକାରୀମାନଙ୍କୁ ୮.୫୮ କୋଟି ସିଲିଣ୍ଡର ମାଗଣା ବିତରଣ କରାଯାଇଛି । ଇପିଏଫଓର ୧୬.୧ ଲକ୍ଷ ସଦସ୍ୟ ଫେରସ୍ତ କରିବାକୁ ପଡୁନଥିବା ୪୭୨୫ କୋଟି ଟଙ୍କାର ଅନଲାଇନ ଅର୍ଥ ଉଠାଣ କରିଛନ୍ତି ।ବର୍ଦ୍ଧିତ ମୂଲ୍ୟ ସମ୍ପର୍କରେ ୦୧.୦୪.୨୦୨୦ରେ ବିଜ୍ଞପ୍ତି କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ୪୮.୧୩ କୋଟି ଶ୍ରମଦିବସ ସୃଷ୍ଟି କରାଯାଇଛି । ୨୮୭୨୯ କୋଟି ଟଙ୍କା ବିଭିନ୍ନ ରାଜ୍ୟକୁ ସେମାନଙ୍କ ବକେୟା ପଇଠ ନିମନ୍ତେ ପ୍ରଦାନ କରାଯାଇଛି । ୫୯.୨୩ ଲକ୍ଷ କର୍ମଚାରୀଙ୍କ ୨୪% ଦେୟ ବାବଦକୁ ୮୯୫.୦୯ କୋଟି ଟଙ୍କା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ