ଜିଲ୍ଲା ଟ୍ରକ୍ ମାଲିକ ସଂଘର ବୈଠକରେ ସାମାଜିକ ଦୂରତାକୁ ଖୁଲମ୍ଖୁଲା ବେଖାତିର୍

ଘଟଗାଁ (ଓ୍ବାଇଏନ୍ଏସ୍) : ବର୍ତମାନ ସାରା ବିଶ୍ୱରେ ଏବେ କରୋନା ମହାମାରୀ ତାର ଆତଙ୍କ ଖେଳେଇବାରେ ଲାଗିଛି । ଯାହାଫଳରେ ଆମ କେନ୍ଦ୍ର ଏବଂ ରାଜ୍ୟ ସରକାର ମହାମାରୀକୁ କିପରି ରୋକ୍ ଲଗାଯାଇ ପାରିବ ସେଥିପାଇଁ ବିଭିନ୍ନ ପଦକ୍ଷେପ ଅବଲମ୍ବନ କରୁଛନ୍ତି । କରୋନା ମହାମାରୀ ରୋଗର ଔଷଧ ଔପଚାର ନ ହେବାଯାଏ ସରକାର ଲୋକମାନଙ୍କୁ ସାମାଜିକ ଦୂରତା, ମୁହଁରେ ସର୍ବଦା ମାସ୍କ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଆସୁଛନ୍ତି । ଏପରିକି ସଭାସମିତି ନକରିବାକୁ ମଧ୍ୟ କଡାକଡି ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଏହାର ବିଡମ୍ବନା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ । ଗତ୨୭ ତାରିଖ ଦିନ କେନ୍ଦୁଝର ଜିଲ୍ଲାର ଟ୍ରକ୍ ମାଲିକ ଏବଂ ରାଜ୍ୟର ଅନ୍ୟ ଜିଲ୍ଲା ମାନଙ୍କରୁ ମାଲିକ ମାନେ ଏକତ୍ରିତ ହୋଇ ଘଟଗାଁସ୍ଥିତ ଏକ ହୋଟେଲ୍ରେ ସମନ୍ୱୟ ବୈଠକ ଆୟୋଜନ କରିଥିଲେ । ଯେଉଁ ବୈଠକରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶତାଧିକ ମାଲିକ ଏକତ୍ରିତ ହୋଇଥିଲେ । କିନ୍ତୁ ବୈଠକରେ ସେମାନଙ୍କ ମଧ୍ୟରେ ନାଥିଲା ସାମାଜିକ ଦୂରତା ନା ଥିଲା ପ୍ରତ୍ୟେକଙ୍କ ମୁହଁରେ ମାସ୍କ । ଯାହାର ଦୃଶ୍ୟ ଗତ କିଛି ଦିନ ହେବ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ସ୍ଥିତ ଏକ ହୋଟେଲ୍ ସରକାରଙ୍କ ନିୟମକୁ ଖୁଲମଖୋଲା ଅବମାନନା କରିଥିବା ଦେଖାଯାଇଛି । ଖଣିଖାଦାନ ଭରା ଏହି ଜିଲ୍ଲାର ଟ୍ରକ୍ ମାଲିକ ମାନେ ଏବଂ ରାଜ୍ୟର ଅନ୍ୟ ଜିଲ୍ଲା ମାନଙ୍କରୁ ମାଲିକ ମାନେ ଏକତ୍ରିତ ହୋଇ ଘଟଗାଁସ୍ଥିତ ଏକ ହୋଟେଲ୍ରେ ଏକ ସମନ୍ୱୟ ବୈଠକ ଆୟୋଜନ କରିଥିଲେ । ଯେଉଁ ବୈଠକରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶତାଧିକ ମାଲିକ ଏକତ୍ରିତ ହୋଇଥିଲେ । କିନ୍ତୁ ବୈଠକରେ ସେମାନଙ୍କ ମଧ୍ୟରେ ନାଥିଲା ସାମାଜିକ ଦୂରତା ନା ଥିଲା ପ୍ରତ୍ୟେକଙ୍କ ମୁହଁରେ ମାସ୍କ । ଯାହାର ଦୃଶ୍ୟ ଗତ କିଛି ଦିନ ହେବ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ତେବେ ଏହି ଘଟଣା ଘଟିବାର ପାଖାପାଖି ୭ଦିନରୁ ଉର୍ଦ୍ଧ୍ୱ ହୋଇଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବ୍ଲକ୍ ପ୍ରଶାସନ ଏବଂ ପୋଲିସ୍ ପ୍ରଶାସନ କରୁଛି କଣ ? ସବୁଜାଣି ଚୁପ୍ ବସିଛି କଣ ପାଇଁ । ସରକାର ବର୍ତମାନ ଆମ ଦେଶ ଏବଂ ରାଜ୍ୟର ସମସ୍ତ ଧାର୍ମୀକସ୍ଥଳୀ, ହୋଟେଲ୍, ସପିଂ ମଲ୍ ଏବଂ ଶିକ୍ଷାନୁଷ୍ଠାନ ଇତ୍ୟାଦି ଗୁଡିକୁ ବନ୍ଦ ରଖିଥିବା ବେଳେ ଘଟଗାଁ ଏକ ହୋଟେଲ୍ କାହା ଅନୁମତିରେ ଶତାଧିକ ଲୋକଙ୍କୁ ଏକତ୍ରିତ କରି ବିନା ସାମାଜିକ ଦୂରତାରେ ବୈଠକ ଅନୁଷ୍ଠିତ କରିଦେଲା । ଅନ୍ୟପକ୍ଷରେ ବ୍ଲକ୍ ପ୍ରଶାସନ ଏବଂ ପୋଲିସ୍ ପ୍ରଶାସନ ସବୁ ଜାଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ କାହିଁକି ? ଯାହା ସାଧାରଣରେ ଘଟଗାଁ ପୋଲିସ୍ ପ୍ରତିଥିବା ଦାୟୀତ୍ୱ ଉପରେ ଲୋକଙ୍କର ଭରଷା ତୁଟିଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଅଛି । ଯାହା ଏବେ ସାଧାରଣରେ ଅନ୍ୟପକ୍ଷରେ ଏ ସମ୍ପର୍କରେ ଆମେ ଘଟଗାଁ ତହସିଲଦାରଙ୍କୁ ଅବଗତ କରାଇବାରୁ ସେ ଆମେ ଏନେଇ କୌଣସି ପ୍ରକାରର ଅନୁମତି ଦେଇନାହିଁ ଏବଂ ଅବଗତ ହେବା ପରେ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ ଦେଇଛନ୍ତି । ତାସହିତ ଘଟଗାଁ ଏସଡିପିଓ ତ୍ରନାଥ କୁମାର ମଲ୍ଲିକ୍ ମଧ୍ୟ ଅବଗତ କରାଇବାରୁ ସେ ଯଥା ସମ୍ଭବ ତଦନ୍ତ ଆରମ୍ଭ କରି ନିୟମ ଭଙ୍ଗ କରିଥିବା ଲୋକମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଏଭଳି ସରକାରଙ୍କ ନିୟମକୁ ଅବମାନ କରିଥିବା ଲୋକମାନଙ୍କ ପ୍ରତି କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।


