ସରକାରୀ ଜାଗାରେ ଘର ତିଆରିକୁ ନେଇ ବିବାଦ: ଥାନାରେ ୨ ମାମଲା ରୁଜ୍ଜୁ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଅଧିନ ଓଳମ ଗ୍ରାମର ଏକ ସରକାରୀ ଜାଗାରେ ଦୋକାନ ଘର ତିଆରି କରିବାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବିବାଦ ଘଟି ଥାନାରେ ୨ ମାମଲା ରୁଜ୍ଜୁ ହୋଇଥିବା ଜଣାଯାଇଛି ।  ଗତ ମେ ୧୫ ତାରିଖରେ ଓଳମ ଗ୍ରାମର ଏକ ସରକାରୀ ଜାଗାରେ ପଞ୍ଚାନନ ଯେନା ପରିବା ଦୋକାନ କରିବା ପାଇଁ ଏକ ଘର ତିଆରି କରିଥିବା ବେଳେ ସେହି ଗ୍ରାମର କିଛି ବ୍ୟକ୍ତି ଉକ୍ତ ଘରକୁ ଭାଙ୍ଗି ସାମଗ୍ରୀ ଗୁଡିକୁ ନେଇଯାଇଥିଲେ । ଏଥିସହ ତାଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା ସହିତ ମାରିବାକୁ ଉଦ୍ୟମ କରିଥିବା ନେଇ ପଞ୍ଚାନନ ଉକ୍ତ ଦିନ ଥାନାରେ ଅଭିଯୋଗ କରିଥିଲେ । ସମାଧାନ ପାଇଁ ସ୍ଥାନୀୟ ଭଦ୍ରବ୍ୟକ୍ତି ମାନଙ୍କୁ ଡକା ଯାଇଥିଲେ ମଧ୍ୟ ଘଟଣାର ସମାଧାନ ହୋଇପାରିନଥିଲା । ସେହିପରି ଗତ ୧୬ ତାରିଖରେ ଉକ୍ତ ଗ୍ରାମର ହେମନ୍ତ ଯେନା ଘରେ ଅନୁପସ୍ଥିତ ଥିବା ବେଳେ ପଞ୍ଚାନନ ଯେନାଙ୍କ ପୁଅ ସୁଶାନ୍ତ ଏବଂ ୧୨ ଜଣ ଅସାମାଜିକ ଯୁବକ ମୋଟର ସାଇକେଲରେ ଆସି ତାଙ୍କ ଘର ଭିତରେ ପଶି ଜିନିଷପତ୍ର ଫିଙ୍ଗି ଦେବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ହତ୍ୟା ଧମକ ଦେଇଥିବା ନେଇ ହେମନ୍ତ ଥାନାରେ ଅଭିଯୋଗ କରିଥିଲେ । ଉଭୟ ପକ୍ଷଙ୍କ ଅଭିଯୋଗ ମୂଳେ ଗୁରବାର ପୋଲିସ କେସ ନଂ-୬୨/୨୦ ଓ ୬୩/୨୦ ମୂଳେ ଦୁଇଟି ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ