ଶୋଇବା ବେଳେ ଏସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ

ଆମେ ଶୋଇବା ବେଳେ କେତେକ କଥା ପ୍ରତି ବିଶେଷ ଧ୍ୟାନ ଦେଇ ନଥାଉ । କିନ୍ତୁ ଯଦି ଆମର ଯେ କ୍ଷତି ସାଧନ କରିବ, ସେ କଥା ଆମେ ଜାଣିନଥାଉ । ତେବେ ଆସନ୍ତୁ ଜାଣିବା ଶୋଇବା ବେଳେ କ’ଣ କରିବା ଉଚିତ ଓ କ’ଣ କରିବା ଅନୁଚିତ । ଶୋଇବା ସମୟରେ ଏକଥା ପ୍ରତି ସତର୍କ ଦୃଷ୍ଟି ରଖିବା ଉଚିତ ଯେ କୋଠରୀର କବାଟ ଆଡକୁ ଗୋଡ ନ ରହେ । ଏଭଳି କରିବା ଅନୁଚିତ ବୋଲି କୁହାଯାଏ । କାରଣ ଏହା ଦ୍ୱାରା ଘରେ ଲକ୍ଷ୍ମୀ ପ୍ରବେଶ କରିନଥାନ୍ତି । ଘଣ୍ଟାକୁ କେବେ ହେଲେ ଶୋଇବା ସ୍ଥାନର ମୁଣ୍ଡତଳେ ବା ପଛରେ ବା ସାମ୍ନାରେ ରଖନ୍ତୁ ନାହିଁ । ଯେଉଁ ଶେଯରେ ଶୋଉଛନ୍ତି, ତା ଉପରେ ସିଂପଲ ଡିଜାଇନର ରଙ୍ଗ ବେରଙ୍ଗ ତକିଆ ଓ ଚଦର ପକାଇଲେ ମନରେ ଶାନ୍ତି ଭଙ୍ଗ ହେବ । ବେଡ ମଧ୍ୟରେ କୌଣସି ଲ୍ୟାଂପ, ପଙ୍ଖା ବା ଇଲୋକ୍ଟ୍ରନିକ ଉପକରଣ ରଖିବା ଅନୁଚିତ । ଏଗୁଡିକ ରଖିଲେ ନିଜର ପାଚନ ଶକ୍ତିରେ ସମସ୍ୟା ଦେଖା ଦେଇଥାଏ । ସର୍ବଦା ମୁଣ୍ଡକୁ ଦକ୍ଷିଣ ଓ ପାଦକୁ ପଶ୍ଚିମ ଦିଗରେ ରଖି ଶୋଇବା ଉଚି । ଏହା ଦ୍ୱାରା ଭଲ ନିଦ ହୋଇଥାଏ ଓ ଆୟୁ ମିଳିଥାଏ । ବେଡ ରୁମରେ ହାଲକା ଗୋଲାପି ରଙ୍ଗର ଆଲୋକ ରହିବା ଆବଶ୍ୟକ । ଏହା ଦ୍ୱାରା ପତିପତ୍ନୀ ମଧ୍ୟରେ ପ୍ରେମଭାବ ପ୍ରଗାଢ଼ ହୁଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ