ବାଣ ବିସ୍ଫୋରଣ ରେ ପୁଅ ମୃତ : ବାପା,ମା,ବଡ଼ ମା ଗୁରୁତର

 ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ  ପାଣିଟାଙ୍କି ରୋଡ଼ ମା ‘ ବ୍ରହ୍ମ ଦେବୀ ମନ୍ଦିର ରାସ୍ତାରେ ବୁଧବାର ସନ୍ଧ୍ୟା ପ୍ରାୟ ସାଢେ ୬ ଟାରେ ବାଣ ବିସ୍ଫୋରଣ ରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହାତ ହୋଇଛନ୍ତି।ମୃତକ ଜଣକ ହେଲେ ଆକାଶ ଦାସ(୧୯)। ଆହାତ ମାନେ ହେଲେ ସନ୍ତୋଷ ଦାସ(୪୫), ବିଷ୍ଣୁ ପ୍ରିୟା ଦାସ(୩୫),ଲକ୍ଷ୍ମୀ ଦାସ(୫୦)।ଘର ଭିତରେ ଆକାଶ ବାଣ ଭିଡୁୁ ଥିବା ବେଳେ ଘର ନିକଟ ବିଦ୍ୟୁତ୍ ଟ୍ରାନସଫରମର ରେ ବଜ୍ରାଘାତ ହେବାରୁ ବାଣ ବିସ୍ଫୋରଣ ହୋଇଥିଲା।ବିସ୍ଫୋରଣ ପ୍ରଭାବରେ ଘରର ସମସ୍ତ ଟିଣ ଛପର ଖଣ୍ଡ ଖଣ୍ଡ ହୋଇ ଉଡ଼ିଯାଇଛି। ପରିବାରର ସମସ୍ତ ସଦସ୍ୟ ଗୁରୁତର ଆହତ ହୋଇଥିଲେ।ସେମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ସେଠାରେ ଡାକ୍ତର ଆକାଶ ଙ୍କୁ ମୃତ ଘୋଷଣା କରାଯାଇଥିଲା।ଆହାତ ମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି।ଖବର ପାଇ ପାଟପୁର ଥାନା ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ ଭିନ୍ ଚଳାଇଛି।ପୋଲିସ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ଆକାଶ ଙ୍କ ମୃତଦେହ ଜବତ କରି ତଦନ୍ତ ଚଳାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ