ଅଧିକ ଗ୍ୟାସ ଔଷଧ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ
ପେଟ ଜନିତ ଗ୍ୟାସ ସମସ୍ୟା ଦେଖାଦେଲେ ଆମେ ସଙ୍ଗେ ସଙ୍ଗେ ଔଷଧ ଖାଇଥାଉ । ଏହାର କିଛି ସମୟ ପରେ ଆମକୁ ଆରାମ ମିଳିଥାଏ । ହେଲେ ଧୀରେ ଧୀରେ ଏହା ଆମର ଅଭ୍ୟାସରେ ପରିଣତ ହୋଇଥାଏ । ପରେ ଏହାର ଗମ୍ଭୀର ହୋଇଥାଏ । ଏମିତିକି ଲୋକଙ୍କର ଲିଭର ନଷ୍ଟ ହେବାର ଆଶଙ୍କା ବଢ଼ିଯାଇଥାଏ ବୋଲି ବାତ୍ରା ହସ୍ପିଟାଲର ଗଷ୍ଟ୍ର ସାଇନ୍ସ ଡାକ୍ତର ଆର୍.କେ ହିମଥାନୀ କହିଛନ୍ତି । “ଦୀର୍ଘ ଦିନ ଧରି ଗ୍ୟାସ ଔଷଧ ଖାଇବା ଦ୍ୱାରା ପେଟରେ ଏସିଡିଟି ସ୍ତର ହ୍ରାସ ଘଟିଥାଏ । କିଛି ବ୍ୟାକ୍ଟେରିଆ ନଷ୍ଟ କରିବାକୁ ଏସିଡ ଦରକାର ପଡିଥାଏ । ଔଷଧ ଖାଇବା ଦ୍ୱାରା ଶରୀରରେ ଥିବା ଏସିଡ ନଷ୍ଟ ହେବାରୁ ମୁହଁରୁ ପେଟକୁ ଯାଉଥିବା ସଂକ୍ରମଣ ନଷ୍ଟ ହୋଇଯାଇଥାଏ । ଏହା ଦ୍ୱାରା ସଂକ୍ରମଣ ଆଶଙ୍କା ବଢ଼ି ଯାଇଥାଏ । ଯାହା ଦ୍ୱାରା ଲିଭର ହେବାର ସମ୍ଭାବନା ରହିଥାଏ । ଶେଷ ପର୍ଯ୍ୟାୟରେ ହୁଏ ଚିହ୍ନଟ:ଡାକ୍ତରଙ୍କ କହିବା ଅନୁସାରେ, ଅଧିକ ମାତ୍ରାରେ ଆଲକୋହଲ ଖାଇବା ଓ ହେପାଟାଇଟିସ ଯୋଗୁଁ ଲିଭର ଖରାପ ହୋଇନଥାଏ । ଓଜନ ବୃଦ୍ଧି କିମ୍ବା ଗ୍ୟାସ ଔଷଧ ଖାଇବା ଦ୍ୱାରା ଏହି ସ୍ଥିତି ଦେଖିବାକୁ ମିଳିଥାଏ । ନନ ଆଲକୋହଲ ଫୋଟି ଲିଭର ଡିଜିଜ ୩୦ ରୁ ୪୦ ବର୍ଷ ଲୋକଙ୍କୁ ହୋଇଥାଏ । ଶେଷ ପର୍ଯ୍ୟାୟରେ ଏହି ରୋଗର ଚିହ୍ନଟ ହୋଇଥାଏ । ହାଡ଼ ଉପରେ ପଡିଥାଏ ପ୍ରଭାବ: ଗ୍ୟାସ୍ ଔଷଧ ଖାଇବା ଦ୍ୱାରା କେବଳ ଲିଭର ନୁହେଁ ହାଡ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ । ପେଟରେ ଏସିଡିଟି ମାତ୍ରା କମିଯିବା ଦ୍ୱାରା ଭିଟାମିନ୍ ବି ମାତ୍ରା କମ୍ ହୋଇଥାଏ । ଏହା ସହ ଅନ୍ୟ ଭିଟାମିନ ମଧ୍ୟ କମି ଯାଇଥାଏ । ହାଡ଼ ଦୁର୍ବଳ ହୋଇଥାଏ । ଡାକ୍ତରଙ୍କ ବିନା ପରାମର୍ଶରେ ଗ୍ୟାସ ଔଷଧ ଖାଇବା ଉଚିତ ନୁହେଁ ।


