ପୌରାଂଚଳର ୧୧୮ ପ୍ରବାସୀଙ୍କୁ ମିଳିଲା ସଙ୍ଗରୋଧ ସହାୟତା ରାଶି

ହିଞ୍ଜିଳିକାଟୁ, (ୱାଇଏନଏସ): ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ କାୟା ବିସ୍ତାର କରିଥିବା ବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏକ ସ୍ୱାଗତଯୋଗ୍ୟ ପଦାକ୍ଷେପ ଗ୍ରହଣ କରିଥିଲେ । ବାହାର ରାଜ୍ୟରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ଏଭଳି ଦୁର୍ଦ୍ଦିନ ସମୟରେ ନିଜ ଭିଟାମାଟିକୁ ଫେରାଇ ଆଣିବାରେ ସହାୟକ ହୋଇଛନ୍ତି । ପ୍ରବାସୀ ଭିଟାମାଟିକୁ ପେରିବା ପରେ ୨୧ ଦିନ ସକାଶେ ସଙ୍ଗରୋଧ କେନ୍ଦ୍ରରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ଏଥି ସକାଶେ ରାଜ୍ୟ ସରକାର ସଙ୍ଗରୋଧ କେନ୍ଦ୍ର ଗୁଡ଼ିକରେ ସମସ୍ତ ପ୍ରକାର ସୁବିଧା, ସୁଯୋଗ ଯୋଗାଇ ଦେବା ସକାଶେ ପର୍ଯ୍ୟାପ୍ତ ଅର୍ଥରାଶି ବ୍ୟୟବରାଦ କରିଛନ୍ତି । ପ୍ରବାସୀଙ୍କ ରହଣି ସମୟରେ ଯେପରି କୌଣସି ପ୍ରକାର ଅସୁବିଧା ଓ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ଏଥି ସକାଶେ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯିବା ସହ ପଂଚାୟତର ସରଂପଚ ମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିବା ସହ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ମୁତାବକ ଯେଉଁ ପ୍ରବାସୀ ସଙ୍ଗରୋଧ କେନ୍ଦ୍ରରେ ପୁର୍ଣ୍ଣ ଅବଧି ପୁରଣ କରିଥିବେ ସେମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ସକାଶେ ଘୋଷଣା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପୌରାଂଚଳର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ଅବଧି ପୁର୍ଣ୍ଣ କରିଥିବା ୧୧୮ ଜଣ ପ୍ରବାସୀଙ୍କୁ ୧ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ନଗର ବିଜେଡ଼ି ସଭାପତି ଭୀମସେନ ବେହେରା, ପୂର୍ବତନ ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପ୍ୟାରୀ ମୋହନ ପାଢି, ସରୋଜ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ