‘ସୁରକ୍ଷା’ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଓ ରିଲିଫ୍ ବଣ୍ଟନ

ଭୁବନେଶ୍ୱର (ଓ୍ବାଇଏନ୍ଏସ୍) : ରାଜଧାନୀର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ସୁରକ୍ଷା’ ପକ୍ଷରୁ ଆଜି ଅପରାହ୍ନରେ ସ୍ଥାନୀୟ ଲୁମ୍ବିନୀବିହାରସ୍ଥିତ ପ୍ରୋଜେକ୍ଟ ୱାଟର ପରିସରରେ କରୋନା ଯୋଦ୍ଧାଙ୍କୁ ଲଲିତେନ୍ଦୁ ମହାନ୍ତି, ଏସିପି, କମିଶନରେଟ୍ ପୋଲିସ (ରକ୍ତଦାନ), ପ୍ରକାଶ ଚନ୍ଦ୍ର ପାଲ, ଏସିପି, ବିଶ୍ୱରଂଜନ ନାୟକ, ଆଇଆଇସି, ଚନ୍ଦ୍ରଶେଖରପୁର ଡଃ ଅନୁପମ ବେହେରା, ଅଧ୍ୟକ୍ଷ, ନିଗମ ହେଲ୍‌ଥ କେୟାର ଲିମିଟେଡ୍‌, କଲ୍ୟାଣୀ ସାମଲ, ନିର୍ଦ୍ଦେଶକ ପ୍ରତିଜ୍ଞା ଟିଭି ଓ ଯୁବ ବୈଜ୍ଞାନିକ ଶକ୍ତିପ୍ରସାଦ ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉପରୋକ୍ତ ସମ୍ବର୍ଦ୍ଧିତ ବ୍ୟକ୍ତିମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆହ୍ୱାନକ୍ରମେ କରୋନା ମହାମାରୀରୁ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ନିମନ୍ତେ ନିଜ ଜୀବନକୁ ବାଜି ଲଗାଇ ନିଷ୍ଠାପର ସେବା ପ୍ରଦାନ କରିଆସୁଛନ୍ତି । ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ୧୦୦ଟି ଅଭାବୀ ପରିବାରକୁ ‘ସୁରକ୍ଷା’ ପକ୍ଷରୁ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ‘ସୁରକ୍ଷା’ର ସଭାପତି ବନ୍ଦନାପଣ୍ଡା, ଉପଦେଷ୍ଟା ସୁଧାଂଶୁ ମହାପାତ୍ର, ସଂପାଦକ କେଶବ ରଣା, ପରିଚାଳନା ନିର୍ଦ୍ଦେଶିକା ମିଲି ରଣା, ବରିଷ୍ଠ କାର୍ଯ୍ୟକର୍ତ୍ତା ଚନ୍ଦନା ତ୍ରିପାଠୀ, ପ୍ରଦୀପ କୁମାର ଦ୍ୱିବେଦୀ, ପଦ୍ମଲୋଚନ ସାହୁ, ବରିଷ୍ଠ ସଭ୍ୟ ରାଜେନ୍ଦ୍ର ମଲ୍ଲିକ, ବିଚିତ୍ରାନନ୍ଦ ରାଉତରାୟ, କୈଳାସ ଜେନା, ଲୋଚନ କୁମାର ସିଂ ଓ ଶିକ୍ଷାବିତ୍ ବିଜୟ କୁମାର ଦାସ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ