ଟ୍ରାଫିକ୍ କନଷ୍ଟେବଳଙ୍କ ମାନବିକତା
ଉତ୍ତର ପ୍ରଦେଶର ଅଯୋଧ୍ୟା ଟ୍ରାଫିକ୍ରେ କାମ କରୁଥିବା ଜଣେ କନଷ୍ଟେବଳ ଏକ ଛୋଟ କାମ କରି ରାତାରାତି ସେଲିବ୍ରିଟି ପାଲଟିଯାଇଛନ୍ତି । ତାଙ୍କୁ ଏବେ ଚାରିଆଡୁ ପ୍ରଶଂସା ମିଳୁଛି । ଜଣେ ବୃଦ୍ଧ ଟ୍ରଲିରେ ପ୍ରବଳ ଜିନିଷପତ୍ର ଲଦିଥିବାରୁ ଟ୍ରାଫିକ୍ ପାର୍ ହୋଇପାରୁ ନ ଥିଲେ । ଉକ୍ତ କନେଷ୍ଟବଳ ତାଙ୍କ ଟ୍ରଲି ଟାଣି ଟ୍ରାଫିକ୍ ପାର୍ କରିବାରେ ସାହାଯ୍ୟ କରି ମାନବିକତାର ପରିଚୟ ଦେଇଛନ୍ତି । ଏହା ଦେଖି ଟ୍ରାଫିକରେ ଥିବା ଲୋକମାନେ ତାଳି ମାରି ତାଙ୍କ ଉତ୍ସାହ ବଢ଼ାଇଥିଲେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କନେଷ୍ଟବଳଙ୍କୁ ଦେଶର ପ୍ରକୃତ ହିରୋ ବୋଲି ୟୁଜର୍ସ କହିଛନ୍ତି ।


