କୋଭିଡ଼ ସାମଗ୍ରୀ କିଣାରେ କୌଣସି ଦୁର୍ନୀତି ହୋଇନାହିଁ : ମନ୍ତ୍ରୀ ନବଦାସ

ଭୁବନେଶ୍ୱର, : କୋଭିଡ଼ ସାମଗ୍ରୀ କିଣାରେ କୌଣସି ଦୁର୍ନୀତି ହୋଇନାହିଁ । ଅନ୍ୟ ରାଜ୍ୟ ମାନଙ୍କ ଭଳି ଯୁଦ୍ଧକାଳୀନ ଭିତିରେ ଏବଂ ସିପିଏସୟୁ ଦ୍ୱାରା ସ୍ଥିରିକୃତ ଦରରେ ଏହି ସାମଗ୍ରୀ କିଣାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବିରୋଧି ଦଳ ପକ୍ଷରୁ ଦୁର୍ନୀତି ହୋଇଥିବାର ଯେଉଁ ଅଭିଯୋଗ କରାଯାଇଛି ତାହା ଭିତିହୀନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ କହିଛନ୍ତି । କୋଭିଡ଼ ସାମଗ୍ରୀ ଦୁର୍ନୀତି କିଣା ଉପରେ ଦୁର୍ନୀତି ହୋଇଥିବା ବିଭିନ୍ନ ଦଳ ପକ୍ଷରୁ ଅଭିଯୋଗ କରାଯିବା ସହ ଏହାର ନିରପେକ୍ଷ ତଦନ୍ତ କରାଯିବା ପାଇଁ ମଧ୍ୟ ଦାବି କରାଯାଇଛି । ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, କେନ୍ଦ୍ର ସରକାର ମାର୍ଚ୍ଚ ୨୧ ତାରିଖରେ ୧୦ ଟଙ୍କା ଦରରେ ମାସ୍କ କିଣିବା ପାଇଁ ରାଜ୍ୟକୁ ଚିଠି ଲେଖିଥିଲେ । ତଦନୁଯାୟୀ ତାହା କିଣାଯାଇଛି ଏବଂ ପରବର୍ତୀ ସମୟରେ ୨୪ ତାରିଖରେ ୧୬ ଟଙ୍କାରେ କିଣିବା ପାଇଁ ମଧ୍ୟ ଆଉ ଏକ ଚିଠି ପଠାଇଥିଲେ । ସେହି ଦରରେ ମଧ୍ୟ କିଣାଯାଇଛି । କୋଭିଡ଼ର ଯୋଦ୍ଧା ମାନଙ୍କର ମନୋବଳକୁ ଭାଙ୍ଗିଦେବା ପାଇଁ ଏହା ଗୋଟିଏ ପ୍ରୟାସ କରାଯାଇଛି । ବିରୋଧି ଦଳ ସାଧାରଣ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଲିଖିତ ଆକାରରେ ଦେଲେ ଆମେ ତା ଉପରେ ତଦନ୍ତ କରିବୁ, ବା ସେମାନେ ଚାହିଁଲେ ହାଇକୋର୍ଟ ଦ୍ୱାରା ବା ଅନ୍ୟ କାହା ଦ୍ୱାରା ତଦନ୍ତ ମଧ୍ୟ କରେଇ ପାରନ୍ତି ବୋଲି ମନ୍ତ୍ରୀ ସ୍ପଷ୍ଟ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ