ବୋଲେରୋ ଧକ୍କାରେ ଜଣେ ଆହତ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ଶୁକ୍ରବାର ବନ୍ତ ବ୍ଲକ ଶ୍ରୀବନ୍ତପୁର ତାରିଣୀ ଛକର ଅନତି ଦୂରରେ ଏକ ବୋଲେରୋ ଧକ୍କାରେ ଜଣେ ବ୍ୟକ୍ତି ଆହତ ହୋଇଥିବାର ଜଣାଯାଇଛି । ପ୍ରକାଶ ଯେ, ଅପରାହ୍ନ ସମୟରେ ଚାଇଁପୁର ଗ୍ରାମର ରମେଶ ମୁର୍ମୁ ଶ୍ରୀବନ୍ତପୁର ଛକ ନିକଟରେ ଛିଡା ହୋଇଥିବା ବେଳେ ଭଦ୍ରକ ଆଡୁ ଓଆର-୨୨ଏଫ-୨୪୩୦ ବୋଲେରୋ ଗାଡି ହଠାତ୍ ଦ୍ରୁତଗତିରେ ଆସି ତାଙ୍କୁ ଓ ପାଖରେ ଥିବା ଏକ ବାଇକକୁ ଧକ୍କା ଦେବା ସହ ନୟନଜୋରୀକୁ ଓଲଟି ପଡିଥିଲା । ଦୁର୍ଘଟଣାରେ ରମେଶଙ୍କର ମୁଣ୍ଡରେ ଆଘାତ ଲାଗିଥିଲା । ଉପସ୍ଥିତ ଲୋକେ ତାଙ୍କୁ ପ୍ରଥମେ ବନ୍ତ ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ଖବର ପାଇ ବନ୍ତ ପୋଲିସ ଘଟଣା ସ୍ଥଳରେ ପହଞ୍ôଚ ବାଇକଟିକୁ ଜବତ କରିବା ସହ ଓଲଟି ପଡିଥିବା ବୋଲେରୋ ଗାଡିଟିକୁ ଉଠାଇବାର ବ୍ୟବସ୍ଥା କରିଥିଲା । ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜ୍ଜୁ ହୋଇନଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ