ଚୋରି ଓ ରାହାଜାନି ମାମଲାରେ ୩ ଅଭିଯୁକ୍ତ ଗିରଫ

ଛତ୍ରପୁର,(ଯୁଗାଦ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଅଧୀନରେ ଚୋରି ଓ ରାହାଜାନି ଏକାଧିକ ମାମଲାରେ ସଂପୃକ୍ତି ଥିବା ତିନିଜଣ ଅଭିଯୁକ୍ତକୁ ଛତ୍ରପୁର ଥାନା ପୁଲିସ ଗିରଫ କରାଯାଇଛି । ସେମାନେ ହେଲେ ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଜଗବନ୍ଧୁସାହିର ପିଣ୍ଟୁ ଓରଫ୍ ରାଜ କୁମାର ସେଠୀ(୨୨), ସଦର ଥାନା ଅନ୍ତର୍ଗତ ଗୁଣ୍ଠବନ୍ଧ ଖାମ୍ବର ସାହିର ସୁରଜ ପରିଡା(୨୨) ଓ ପଶ୍ଚିମବଙ୍ଗ ଅଞ୍ଚଳର ଏମ୍.ଡି.ଅରମାନ୍ (୧୮) ବୋଲି ଜଣାପଡିଛି । ପ୍ରକାଶ ଥାଉକି ଯେ, ଏହି ତିନିଜଣ ଅଭିଯୁକ୍ତ ୫ ତାରିଖ ଭୋର ସମୟରେ ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ନୃସିଂହମନ୍ଦିର ରାସ୍ତାରେ ବିଶ୍ୱନାଥ ଆଚାର୍ଯ୍ୟଙ୍କ ଓଡି୦୭ଭି-୯୨୫୨ ନମ୍ବର ଏକ ବାଇକ୍ ଚୋରି କରିଥିଲେ । ସେହି ଦିନ ହିଁ ଛତ୍ରପୁର ଥାନା ଅନ୍ତର୍ଗତ ଉଜଳେଶ୍ୱରୀ ମନ୍ଦିର ୧୬ ନମ୍ବର ଜାତୀୟ ରାଜପଥରେ ଲକ୍ଷ୍ମୀପୁର ଗ୍ରାମର ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ସୁଶାନ୍ତ ସେଠୀଙ୍କୁ ଆକ୍ରମଣ କରି ତାଙ୍କ ଠାରୁ ଏଳହଜାର ଟଙ୍କା ଏବଂ ଏଟିଏମ୍ ଲୁଟି ନେଇଥିଲେ । ଏହି ସଂକ୍ରାନ୍ତରେ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ଛତ୍ରପୁର ଥାନାରେ ଏକ ଅଭିଯୋଗ ପ୍ରଦାନ କରିଥିଲେ । ଛତ୍ରପୁର ଥାନା ପକ୍ଷରୁ ୧୫୧/୨୦୧୯ ଏକ ମାମଲା ରୁଜୁ କରି ଅଭିଯୁକ୍ତ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି । ସେମାନଙ୍କ ଠାରୁ ୪ ଟି ମୋବାଇଲ, ଓଡି୦୭ଏ-୬୨୪୫, ଓଡି୦୭ଭି-୯୨୫୨, ଏଟିଏମ୍ କାର୍ଡ ସହ ୩୭୦ ଟଙ୍କା ଜବତ ହୋଇଛି । ଏହି ଅଭିଯୁକ୍ତଙ୍କ ନାମରେ ଚୋରି ଓ ରାହାଜାନି ଅଭିଯୋଗ ନେଇ ବ୍ରହ୍ମପୁର ବଡବଜାର ଥାନା, ଗୋଳନ୍ଥରା ଏବଂ ଟାଉନ୍ ଥାନାରେ ଏକାଧିକ ଅପରାଧୀ ମାମଲା ରହିଛି ବୋଲି ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜାନ ଛୋଟରାୟ ସୂଚନା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ