ପଦ୍ମଲୋଚନ ଚୌଧୁରୀଙ୍କ ଅକାଳ ବିୟୋଗ

ବାଲେଶ୍ୱର(ଯୁଗାଦ୍ଦ ନ୍ୟୁଜ) : ନୀଳଗିରି ବ୍ଳକ ଅଧିନସ୍ଥ ବରହମପୁର ବଣ ସୀମା ଅଂଚଳର ପଦ୍ମଲୋଚନ ଚୌଧୁରୀଙ୍କର ହୃଦଘାତରେ ପରୋଲକ ହୋଇଯାଇଛି । ସେ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅଧିନ ନାକିଚୁଆ ଗାଁର ଜଣେ ସମ୍ପର୍କୀୟ ଘରକୁ ଯାଇଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ କଟକ ନେବା ରାସ୍ତା ସେରଗଡଠାରେ ଅବସ୍ଥା ସଂକଟାପନ୍ନ ହୋଇପଡିଥିଲା । ସମ୍ପର୍କୀୟମାନେ ତାଙ୍କୁ ନୀଳଗିରି ମେଡିକାଲ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ବରହମପୁର ଥାନାରେ ଅପମୃତ୍ୟୁ ମାମଲା ରୁ୍ଜ୍ଜୁ ହୋଇ ନୀଳଗିରି ମେହିକାଲରେ ଶବ ବ୍ୟବଚ୍ଛେଦ କରାଯାଇଛି । ମରଶରୀର ନିକଟରେ ତାଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା,ଭାଇ କମଳ ଲୋଚନ, ରାଜୀବଲୋଚନ, ସଂଜୀବଙ୍କ ସମେତ ଜ୍ୱାଇଁ ପ୍ରଦୀପ ସାହୁ, ଆଶିଷ ଦେ ଓ ସମ୍ପକୀୟ ମାନେ ଉପସ୍ଥିତ ରହି ଗଭୀର ଶୋକ ପ୍ରକାଶ କରିଛନ୍ତି । ଖବରପାଇ ନୀଳଗରି ବିଧାୟକ ସୁକାନ୍ତ ନାୟକ, ସମାଜସେବୀ ସନ୍ତୋଷ ଖଟୁଆ, ବ୍ଲକ ବିଜେଡି ସଭାପତି ଗଙ୍ଗାଧର ମିଶ୍ର, ମାନସରଞ୍ଜନ ପାଢୀ, ଅକ୍ଷୟ ବେହେରା, ଅଞ୍ଜନ ପୃଷ୍ଟି, ରତିକାନ୍ତ ବିନ୍ଧାଣୀ, ସୁଶାନ୍ତ ସେଠୀ, କବି ଗଙ୍ଗାଧର ଦାସ, ସାମ୍ବାଦିକ ଉମାକାନ୍ତ ରାଉତ, ଚକ୍ରଧର ସିଂ,ପୁରୁଷତମ ଦାସ ପ୍ରମୁଖ ରହି ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ । ଶବାଧାରରେ ଗ୍ରାମ ପରିକ୍ରମା କରାଯିବା ପରେ ପୁତ୍ର ଯଯାତି କେଶରୀ ଚୌଧୁରୀ ମୁଖାଗ୍ନି ଦେଇଥିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍୍ୟୁରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ସୂଚନା ଯୋଗ୍ୟ ପଦ୍ମଲୋଚନ ଚୌଧୁରୀ ବିଭିନ୍ନ ଅନୁଷ୍ଠାନ ସହିତ ଓତଃପୋତଃ ଜଡିତ ଥାଇ ମଧ୍ୟ ଜଣେ ସଫଳ ଚାଷୀଭାବେ ଜିଲ୍ଲା ତଥା ରାଜ୍ୟରେ ପରିଚିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ