ସାନ୍ତାଳୀ ଫିଲ୍ମ ଜଗତର ଖ୍ୟାତନାମା ବିଶିଷ୍ଟ ଯୁବ କଣ୍ଠଶିଳ୍ପୀଙ୍କ ହୃଦଘାତରେ ମୃତ୍ୟୁ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ବାଳ):ଓଡିଶି, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ,ଆସାମର ସାନ୍ତାଳୀ ଜଗତର ଧ୍ରୁବତାରା ବିଶିଷ୍ଟ କଣ୍ଠଶିଳ୍ପୀ ବାସେନ ମୁର୍ମୁ (୩୩)ଙ୍କର ହୃଦଘାତରେ ମୃତ୍ୟୁ ହୋଇଯାଇଛି ।ନିଜ ପୈତୃକ ବାସ ଭବନ ମୟୂରଭଂଜ ଜିଲ୍ଲାର ବିଜାତଳା ବ୍ଲକର ବାରାଜିଆଣି ଗାଁରେ ସୋମବାର ଭୋରୁ ମୁଣ୍ଡ ବୁଲାଇଥିଲା ।ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଜଣେ ମେଳାପି, ମିଷ୍ଟଭାଷୀ, ପରୋପକାରୀ ଯୁବକ ଥିଲେ । ସାନ୍ତାଳୀ ଫିଲ୍ମରେ ସେ ୩୦୦ରୁ ଉର୍ଦ୍ଧ୍ବ ଗୀତ ଗାଇ ଦର୍ଶକ ଓ ଶ୍ରୋତାଙ୍କ ନିକଟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ବହୁ ଜ୍ଞାତି କୁଟୁମ୍ବ,ପରିଜନ,ସଂଗିତ ପ୍ରେମୀ ତାଙ୍କର ପ୍ରିୟ କଣ୍ଠଶିଳ୍ପୀଙ୍କ ଶେଷ ଦର୍ଶନ ପାଇଁ ଛୁଟି ଆସିଥିଲେ।ତାଙ୍କର ମୃତ୍ୟୁରେ ସାନ୍ତାଳି ଫିଲ୍ମରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ତାଙ୍କର ମୃତ୍ୟୁରେ ସାନ୍ତାଳି ଫିଲ୍ମରେ ଶୋକ ପ୍ରକାଶ କରାଯାଇଥିବା ବହଳଦା ନିର୍ବାଚନ ମଣ୍ଡଳୀର ପୁର୍ବତନ ଝାଡ଼ଖଣ୍ଡ ମୋର୍ଚ୍ଚା ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତୀ, ରାଇରଙ୍ଗପୁର କଂଗ୍ରେସ ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ, ରାଇରଙ୍ଗପୁର ପୂର୍ବତନ ବିଧାୟକ ସାହିବା ଶୁଶିଲ ହାଁସଦା, ରାଇରଙ୍ଗପୁର ପୁର୍ବତନ କଂଗ୍ରେସ ଶ୍ୟାମସୁନ୍ଦର ହାଁସଦା, ମୟୂରଭଂଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ରାଜ୍ୟ ସଭା ସାଂସଦ ମମତା ମହାନ୍ତ, ସାରସକଣା ନିର୍ବାଚନ ମଣ୍ଡଳୀ ବିଧାୟକ ବୁଢ଼ାର ମୁର୍ମୁ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ସାମ୍ବାଦିକ ଅକ୍ଷୟ ବିଶ୍ବାଳ,ବିଜାତଳା ବ୍ଲକ ଅଧ୍ୟକ୍ଷ ନିମାଇଁ ମୂର୍ମୁ,ବଣକାଟି ସରପଞ୍ଚ, ସମାଜସେବୀ ଯିଶୁ ମାରାଣ୍ଡି,ସଂଗିତ ନାଟକ ଶିକ୍ଷା କେନ୍ଦ୍ର ଅଧ୍ୟକ୍ଷ ମେଘନାଦ ହେମ୍ବ୍ରମ, ବହୁ ଗୀତିକାର , ସଂଗିତ ପ୍ରେମୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ତାଙ୍କର ଅମର ଆତ୍ମାର ସ୍ଥିତି ନିମନ୍ତେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।


