ଘଟଗାଁ ସାପ୍ତାହିକ ହାଟରେ ମୁକୁନ୍ଦପୁର ପାଟଣା ପଂଚାୟତ ପକ୍ଷରୁ ନୂତନ ପଦକ୍ଷେପ
ଘଟଗାଁ, (ନାରାୟଣ ପଲେଇ):ବର୍ତମାନ ସାରା ବିଶ୍ୱ କରୋନା କବଳରୁ ମୁକ୍ତି ପାଇବା ପାଇଁ ଜୋରସୋର୍ରେ ଚେଷ୍ଠା ଚଲାଇଥିବା ବେଳେ ଭାରତ ବର୍ଷରେ ମଧ୍ୟ ଆମ କେନ୍ଦ୍ର ଏବଂ ରାଜ୍ୟ ସରକାର କରୋନା ହରାଇବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରିଚାଲିଛନ୍ତି । କରୋନା ପାଇଁ ଆମ ରାଜ୍ୟ ସରକାର ରାଜ୍ୟର ସମସ୍ତ ସରପଂଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦାୟୀତ୍ୱ ଦେଇଥିବା ବେଳେ ଅନେକ ସ୍ଥାନରେ ଜିଲ୍ଲାପାଳ ଦାୟୀତ୍ୱରେ ଥିବା ସରପଂଚ ମାନେ ଅନେକ ଭଲ ଭଲ ଉଦା ହରଣକାରୀ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ଯାହାର ଏକ ଅନ୍ୟ ଉଦାହରଣ ଦେଖିବାକୁ ମିଳିଛି ଆଜି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅଧିନସ୍ଥ ମୁକୁନ୍ଦପୁର ପାଟଣା ଗ୍ରାମ ପଂଚାୟତରେ । ପଂଚାୟତର ସରପଂଚ ଆଜି ପଂଚାୟତର କର୍ମକର୍ତାଙ୍କୁ ଧରି ଘଟଗାଁ ବଜାରରେ ପ୍ରତ୍ୟେକ ମଙ୍ଗଳବାରରେ ହେଉଥିବା ସାପ୍ତାହିକ ହାଟକୁ ଚତୁପାଶ୍ୱର୍ରୁ ବ୍ୟାରିକେଟ୍ର ବ୍ୟବସ୍ଥା କରିଥିଲେ ଏବଂ ସାଧାରଣ ଲୋକ ବେପାରୀଙ୍କୁ ସାମାଜିକ ଦୂରତା ବଜାୟ ରଖି ଜିନିଷ କିଣାବିକା କରିବାକୁ ନିର୍ଦ୍ଦେଶ ଦେଉଥିଲେ । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ମୁକୁନ୍ଦପୁର ପାଟଣା ଗ୍ରାମପଂଚାୟତ ଅଧିନରେ ପ୍ରତ୍ୟେକ ମଙ୍ଗଳବାର ଦିନ ଘଟଗାଁ ବଜାର ନିକଟରେ ଏକ ବଡ ସାପ୍ତାହିକ ହାଟ ହୋଇଥାଏ । ତେବେ ପ୍ରତ୍ୟେକ ମଙ୍ଗଳବାର ହଜାର ହଜାର ଲୋକଙ୍କ ଏହି ହାଟରେ ଏକତ୍ରିତ ହୋଇଥାନ୍ତି । ତେବେ ଚଳିତ ବର୍ଷ କରୋନା ପାଇଁ ସାମାଜିକ ଦୂରତା ଏବଂ କୌଣସି ସ୍ଥାନରେ ଭିଡ ନକରିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ଯୋଗୁଁ । ଗତକାଲି ସକାଳୁ ମୁକୁନ୍ଦପୁରପାଟଣା ସରପଂଚ ଶ୍ରୀମତୀ ଅର୍ଣ୍ଣପୁନ୍ନା ଦେହୁରୀ ଏବଂ ପଂଚାୟତର କର୍ମକର୍ତା ମିଶି ପଂଚାୟତ ପକ୍ଷରୁ ଏକ ଭଲ ପଦକ୍ଷେପ ଗ୍ରହଣ କରି ହାଟ ଚତୁର୍ପାଶ୍ୱକୁ ବ୍ୟାରିକେଟ ସାହାଯ୍ୟରେ ଘରାଉ କରିବା ସହିତ ପଂଚାୟତ କର୍ମଚାରୀ ଉପସ୍ଥିତ ରହି ଲୋକମାନଙ୍କୁ ବିନା ମାସ୍କ ଏବଂ ସାମାଜିକ ଦୂରତା ବଜାୟ ରଖୁନଥିବା ବେପାରୀଙ୍କ ପାଖରୁ ଫାଇନ ଆଦାୟ କରୁଥିଲେ । ଅନ୍ୟପକ୍ଷରେ କୌଣସି ସାଧାରଣ ଲୋକ ବିନା ମାସ୍କରେ ହାଟକୁ ଆସିଲେ ତାଙ୍କୁ ହାଟ ଭିତରକୁ ପ୍ରବେଶ କରୁନଥିଲେ । ତାସହିତ ହାଟ ଭିତରକୁ ପ୍ରବେଶ କରୁଥିବା ଲୋକମାନଙ୍କୁ ପ୍ରଥମେ ସାନିଟାଇଜର୍ରେ ହାଟ ସଫା କରାଉଥିଲେ ଏବଂ ସ୍କିନିଂ ମେସିନ୍ ସାହାଯ୍ୟରେ ଟେଷ୍ଟିଂ ମଧ୍ୟ କରୁଥିଲେ । ସରପଂଚଙ୍କ ଏଭଳି ଦୃଷ୍ଠାନ୍ତମୁଳକ ପଦକ୍ଷେପକୁ ସ୍ଥାନୀୟ ପ୍ରଶାସନ ଏବଂ ସ୍ଥାନୀୟ ଅଂଚଳବାସୀ ସ୍ୱାଗତ କରିବା ସହିତ ସାଧୁବାଦ ଜଣାଉଥିବା ଶୁଣିବାକୁ ମିଳୁଛି । ତା ସହିତ ଘଟଗାଁ ତହସିଲ୍ଦାର ଶ୍ରୀଯୁକ୍ତ ଜନକ କୁମାର ନାଏକ ଏବଂ ଘଟଗାଁ ଏବିଡିଓ ଶ୍ରୀଯୁକ୍ତ ଚିତରଞନ ମିଶ୍ର ମଧ୍ୟ ଆସି ହାଟରେ ବୁଲିବା ସହିତ ଲୋକମାନଙ୍କୁ ସାମାଜିକ ଦୂରତା ଏବଂ ଭିଡ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ ।


