ବଜ୍ରପାତରେ ମହିଳା ଗୁରୁତର

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ଥାନା ଅନ୍ତର୍ଗତ ଗାମୁଣ୍ଡି ଗ୍ରାମର ନୂଆଁ ସାହିର ଭାବିନି ସାହୁ (୪୦) ନାମକ ଜଣେ ମହିଳା ଆଜି ସନ୍ଧ୍ୟାରେ ବଜ୍ରପାତରେ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ମହିଳା ଜଣଙ୍କ ଗ୍ରାମର କେନାଲ ହୁଡା ଉପରେ ଥିବା ନିଜର ଚାଷ ପଦର କୁ ଯାଇଥିବା ବେଳେ ହଠାତ ମେଘ ପବନ ସହ ବଜ୍ରପାତ ଘଟିବାରୁ ସେ ଧରିଥିବା ମୋବାଇଲ ଫୋନଟି ସମ୍ପୂର୍ଣ୍ଣ ଚୁରୁମାର ହୋଇଯାଇଥିବା ବେଳେ ସେ ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ଟଳି ପଡିଥିଲେ। ଘଟଣା ସ୍ଥଳରୁ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ରେ ନେଇ ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରାଇଛନ୍ତି । ବର୍ତ୍ତମାନ ଭାବିନି ସେଠାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ