ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜନ୍ମଦିବସ ପାଳିତ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଗଞ୍ଜାମ ଭଞ୍ଜନଗର ଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜନ୍ମଦିବସ ପାଳିତ ହୋଇଯାଇଛି । ନନ୍ଦିନୀ ଶତପଥୀ ସ୍ମୃତି ସଂସଦ ପକ୍ଷରୁ ଭଞ୍ଜନଗର ସାଇଗୁରୁକୁଳ ଆବାସିକ ବିଦ୍ୟାଳୟ ଠାରେ ସାମାଜିକ ଦୂରତ୍ୱ ଅବଲମ୍ବନ କରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଭଞ୍ଜନଗର ଅଞ୍ଚଳ ପ୍ରତି ନନ୍ଦିନୀ ଙ୍କ ଅତୁଳନୀୟ ଅବଦାନ ଓ ତାଙ୍କ ଯିବନି ଉପରେ ଉପସ୍ଥିତ ବୁଦ୍ଧିଜୀବୀ ନିଳାଞ୍ଚଳ ମୁନି, ଡ. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, କୃତିବାସ ବିଶ୍ୱାଳ, ଶୁଳପାଣି ଶତପଥି ଓ ବାବୁଲା ପ୍ରଧାନ ପ୍ରମୁଖ ଆଲୋଚନା କରିଥିଲେ । ଶେଷରେ ୧୦ ଜଣ କରୋନା ଯୋଦ୍ଧା ଙ୍କୁ ସମ୍ମାନିତ କରିବା ସହ ଶିକ୍ଷାନୁଷ୍ଠାନ ର ଚର୍ତୁ ପାର୍ଶ୍ବରେ ବୃକ୍ଷ ରୋପଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ