ମନ୍ଦିରରେ ମିଳେ ଅଭିଶାପ!

ସର୍ବଦା ଲୋକ ମନ୍ଦିରରେ ଆଶିବାଦ ପାଇବାକୁ ଯାଇଥାଆନ୍ତି । ଲୋକେ ଆସ୍ଥା ବିଶ୍ୱାସର ସହ ନିଜ ମନୋସ୍କାମନା ପୂର୍ଣ୍ଣ ପାଇଁ ଯାଇଥା’ନ୍ତି । ମାତ୍ର ଭାରତରେ ଏକ ଏପରି ମନ୍ଦିର ରହିଛି, ଯେଉଁଠି ପୂଜାକଲେ ଆଶିଷ ବଦଳରେ ମିଳିଥାଏ ଅଭିଶାପ । ସେଥିପାଇଁ ଏହି ମନ୍ଦିରରେ ଅନେକ ଦିନ ହେବ ପୂଜା କରାଯାଇନାହିଁ । ଏଠାକୁ କେବଳ ଭକ୍ତମାନେ ଦର୍ଶନ କରିବାକୁ ଆସନ୍ତି । ଏହି ମନ୍ଦିର ଦେବଭୂମି ଉତ୍ତରାଖଣ୍ଡର ବଲ୍ତିର ଗାଁରେ ଅବସ୍ଥିତ । ମନ୍ଦିରଟି ନିଜର ସ୍ଥାପତ୍ୟ କଳା ପାଇଁ ପ୍ରସିଦ୍ଧ । ମନ୍ଦିରଟି ‘ଏକ୍ ହାଥିଆ ଦେବାଳୟ’ ନାମରେ ଜଣାଶୁଣା । କୁହାଯାଏ କି, ଆଗରୁ ଏଠାରେ ରାଜା କତୟୁରୀ ଶାସନ କରୁଥିଲେ । ଏହି ମନ୍ଦିରକୁ ଜଣେ କୁଶଳୀ କାରିଗର ଗୋଟିଏ ହାତରେ ନିର୍ମାଣ କରିଥିଲେ । ଦୁର୍ଘଟଣାରେ ଗୋଟିଏ ହାତ ହରାଇଥିବାରୁ କାରିଗର ଗୋଟିଏ ହାତରେ ମନ୍ଦିର ନିର୍ମାଣ କରିଥିଲେ । ଲୋକମାନେ ଏହାଦେଖି ତାଙ୍କୁ ଥଟ୍ଟା କରିଥିଲେ । ତେଣୁ କାରିଗର ଗୋଟିଏ ରାତିରେ ମନ୍ଦିର ଗଢିବା ସହ ଶିବଲିଙ୍ଗ ମଧ୍ୟ ନିର୍ମାଣ କରିଥିଲେ । ମାତ୍ର ଏଥିରେ ପ୍ରାଣ ପ୍ରତିଷ୍ଠା କରାଯାଇ ନଥିବାରୁ ଏହାକୁ ପୂଜା କରାଯାଏ ନାହିଁ । ତେଣୁ ଗ୍ରାମବାସୀଙ୍କ ବିଶ୍ୱାସ ରହିଛି ଯେ, ଯଦି ଏଠାରେ କିଏ ପୂଜା କରେ, ତେବେ ଭଗବାନ ଶିବ ତାକୁ ଅଭିଶାପ ଦିଅନ୍ତି । ଯେଉଁଥିପାଇଁ ଏଠାକୁ ଭକ୍ତ ଆସୁଥିଲେ ମଧ୍ୟ ପୂଜା କରନ୍ତି ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ