କେତେ ସଜାଗ ବାଲିଗୁଡା ବନଖଣ୍ଡ? ବେଲଘର ଅଭୟାରଣ୍ୟ ହୁ ହୁ ହୋଇଜଳୁଛି:ହାତୀ ସୁରକ୍ଷା ଏକ ପ୍ରହସନ ମାତ୍ର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ)କେରଳ ରେ ଗର୍ଭଣୀ ହାତୀ ହତ୍ୟା ର ଅମାନବୀୟ ବର୍ବରତା ଚରମ ସୀମା ଲଙ୍ଘିଥିବା ନେଇ ସାରା ଦେଶ ରେ ଆଲୋଡନ ସୃଷ୍ଟି କରିଥିଲା l ହାତୀ ଟି କାହାର କିଛି କ୍ଷତି ଘଟାଇବା ସହ ମଣିଷ ଉପରେ ବିଶ୍ୱାସ କରି ନିଜର ଏବଂ ଗର୍ଭରେ ଧରିଥିବା ଛୁଆ ର ଏହାର ପାଇଁ ଆସି ପ୍ରାଣବଳୀ ଦେବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିପକାଇଛି l ଏହି ଘଟଣା ପରେ ସାରା ଦେଶ ରେ ରହିଥିବା ନିରୀହ ହାତୀ ମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନସୃଷ୍ଟି କରିଛି l କିନ୍ତୁ କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅଧୀନରେ ରହିଥିବା କୋଟଗଡ ହାତୀ ଅଭୟାରଣ୍ୟpର ଘଞ୍ଚ ଜଙ୍ଗଲ ଓ ହାତୀ ଚଳପ୍ରଚଳ କୁ ନେଇ ବିଗତ ବର୍ଷ ରେ ବେଶ ପରିଚିତ ଥିବା ବେଳେ ଏବେ ତାର ପରିଚୟ ଧୀରେ ଧୀରେ କ୍ଷୟ ହେବା ରେ ଲାଗିଛି l ବେଲଘର ବନାଞ୍ଚଳ ର ସୀମା ପଡୋଶୀ ରାୟଗଡା, କଳାହାଣ୍ଡି ଜିଲ୍ଲା ଜଙ୍ଗଲ କୁ ସଂଯୋଗ କରୁଥିବା ରୁ ହାତୀ ପଲଙ୍କ ଚରାଭୂଇଁ ପାଲିଟିଥିଲା l ଏହା ଅଞ୍ଚଳରେ ହାତୀ ଙ୍କ ପାଇଁ ଜଳାଶ୍ରୟ ମଧ୍ୟ ଅଧିକ ରହିଥିବା ରୁ ହାତୀ ମାନେ ଏହି ଅଞ୍ଚଳ ରେ ଅଧିକାଂଶ ସମୟ ଚଳ ପ୍ରଚଳ ପାଇଁ ପସନ୍ଦ କରୁଥିଲେ l କିନ୍ତୁ ଏବେ ଏହି ଜଙ୍ଗଲ ରେ ବନ ବିଭାଗ ର ନିଷ୍କ୍ରିୟତା ଯୋଗୁଁ ହାତୀ ଶିକାରୀ ମାନଙ୍କ ଲୋଲୁପ ଦୃଷ୍ଟି ସାଙ୍ଗ କୁ ଚଳପ୍ରଚଳ ବୃଦ୍ଧି ପାଇବା ସହ ଘଞ୍ଚ ଜଙ୍ଗଲ ରେ ଥିବା ବଡ଼ ବଡ଼ ଗଛ ମାଫିଆ ମାନେ ଲୁଟି ନେଉଥିବା ଓ ଜଙ୍ଗଲ ରେ ହୁ ହୁ ହୋଇ ନିଆଁ ଜାଳିବା ଘଟଣା ପରେ ହାତୀ ମାନେ ନିଜ କୁ ସୁରକ୍ଷିତ ମଣୁ ନଥିବା ଯୋଗୁଁ ଆଉ ସେମାନେ ଚଳପ୍ରଚଳ କରୁନଥିବା ଜଣାପଡିଛି l ଗତ ବର୍ଷ ବେଲଘର ରେଞ୍ଜର ଝିରୀପାଣି ଓ ଲଙ୍କାଗଡ଼ ଜଙ୍ଗଲ ରେ ଦୁଇ ଟି ହାତୀ ର ମୃତ୍ୟୁ ଘଟିଥିଲା ଏହା ପରେ ମଧ୍ୟ ବାଲିଗୁଡା ବନଖଣ୍ଡ ଅଧିକାରୀ ହାତୀ ସୁରକ୍ଷା ଉପରେ ତତ୍ପର ନ ଥିବା ଅଭିଯୋଗ କରିଛନ୍ତି ପୂର୍ବତନ ଅଵନୈତିକ ବନ୍ୟ ପ୍ରାଣୀ ସଂରକ୍ଷକ କୌଶିକ ସାହୁ ଓ ନେତ୍ର ମାନସେଠ.
ବେଲଘର ରେଞ୍ଜ ରେ ଜଣେ ରେଞ୍ଜର ତିନି ଫରେଷ୍ଟର ଓ ୬ ଜଣ ଫରେଷ୍ଟ ଗାର୍ଡ ରହିଛନ୍ତି l ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଦରମା ନେଉଛନ୍ତି l ହେଲେ ଏହି ଅଭୟାରଣ୍ୟ ଜଙ୍ଗଲକୁ ସୁରକ୍ଷା ସହ ହାତୀ ମାନଙ୍କ ସୁରକ୍ଷା ଓ ମୃତ୍ୟୁ ହାର ରୋକିବା ପାଇଁ କୋଟି କୋଟି ଟଙ୍କା ବିଭିନ୍ନ ଯୋଜନା ମାଧ୍ୟମ ରେ ଖର୍ଚ୍ଚ କରାଯାଉଛି, ଏହା ସହ ବିଭିନ୍ନ ସମୟ ରେ ସାଧାରଣ ଲୋକ ଓ ବିଭାଗ ମଧ୍ୟରେ ସମନ୍ୱୟ ବୈଠକମାନ କରାଯାଉଥିବା କୁହାଯାଉଥିବା ବେଳେ ବେଲଘର ଅଞ୍ଚଳର ଗୁମା, ଡୁପି, ଟିଡ଼ି, ରଙ୍ଗାପାରୁ, ଦେଓଗାଡା, ତାଲାଙ୍ଗ ପଦର, ଉଷାବାଲି, ବେଲଘର, ଗୁଛୁକା,ଗାରଂଗ, ବିକାପଙ୍ଗା, ମୁଣ୍ଡିମାସ୍କ, ଧୂମାମାସ୍କା, ସପରିଭାଟ୍ଟ, କିନାରି ଭଳି ବିଭିନ୍ନ ଅଞ୍ଚଳ ରେ କେଉଁ ଅନାଦି କାଳରୁ ରହିଆସିଥିବା ବିସ୍ତୀର୍ଣ୍ଣ ଜଙ୍ଗଲ ଏବେ ହୁ ହୁ ହୋଇ ଜଳିଯାଉଛି l ଘଞ୍ଚ ଜଙ୍ଗଲରୁ ମାଫିଆ ମାନେ ବଡ଼ ବଡ଼ ଗଛ ଲୁଟ ଜଙ୍ଗଲ ନଷ୍ଟ ର ଆଉ ଏକ କାରଣ ବୋଲି କୁହାଯାଇଛି l ଚଳିତ ବର୍ଷ ଏହା ର ପରିମାଣ ପୂର୍ବ ବର୍ଷ ଅପେକ୍ଷା ଚାରି ଗୁଣ ବୋଲି ପରିବେଶ ବିତ୍ତ ମାନେ କହିଛନ୍ତି l ବେଲଘର ଜଙ୍ଗଲ ବାସ୍ତବ ସ୍ଥିତି ଦେଖିଲେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ତାହାର ସୁରକ୍ଷା କରିନପାରି ବାଲିଗୁଡା ବନଖଣ୍ଡ ରେ ହାତୀ ସୁରକ୍ଷା କେବଳ ଏକ ସୁନ୍ଦର ସ୍ଲୋଗାନ ପାଲିଟି ହୋଇ ରହିଯିବ ବୋଲି ପରିବେଶବିତ ମାନେ ମତ ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ