ଖନ୍ତାପଡା ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ଉଠିଛି ପ୍ରଶ୍ନ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଜନସାଧାରଣଙ୍କୁ ସୁରକ୍ଷା ଦେବା, ଅପରାଧିମାନଙ୍କୁ ଧରିବା ନିମନ୍ତେ ପୋଲିସର କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠିଛି । ଏପରି ଘଟଣାକୁ ନେଇ ଖନ୍ତାପଡା ପୋଲିସର ଅପାରଗତାକୁ ନେଇ ଜନସାଧାରଣ କରୁଛନ୍ତି ସାମ୍ବାଦିକ ସମ୍ମିଳନୀ । ଖବରରୁ ଜଣାପଡିଛି ଖନ୍ତାପଡା ଥାନା ଅନ୍ତର୍ଗତ ପାଇକସ୍ତା ଗ୍ରାମର ୰ ସତ୍ୟେନ୍ଦ୍ର ନାଥ ମହାନ୍ତିଙ୍କ ପୁତ୍ର ଲୋକନାଥ ମହାନ୍ତିଙ୍କ ନାମରେ ଦୀର୍ଘ ୫ ବର୍ଷ ଧରି ୱାରେଣ୍ଟ ଘୁରି ବୁଲୁଥିବା ବେଳେ ଖନ୍ତାପଡା ପୋଲିସ ତାକୁ ଧରିବାରେ ବିଫଳତା ପ୍ରକାଶ କରିଛି । ଆସାମୀର ଦେଖା ମିଳୁ ନାହିଁ ବୋଲି ପୋଲିସ କହି ଚୁପ୍ ହୋଇ ବସି ରହିଛି । ସୂଚନାରୁ ଜଣାପଡିଛି ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ବାଲିଆ ଗ୍ରାମର ପରେଶ ଚନ୍ଦ୍ର ପ୍ରଧାନଙ୍କ ପୁଅ ଶ୍ରୀହରି ପ୍ରଧାନ ବିଗତ ମାର୍ଚ୍ଚ ୨୦୧୧ ମସିହାରେ ଲୋକନାଥ ମହାନ୍ତିଙ୍କଠାରୁ ଏକ ଜାଗା ଖରିଦ୍ କରିବା ନିମନ୍ତେ ଅଗ୍ରିମ ୪ ଲକ୍ଷ ୪୦ ହଜାର ଟଙ୍କା ସାର୍ଥା ଅଞ୍ଚଳର ଜଗନ୍ନାଥ ଜେନାଙ୍କ ସାକ୍ଷାତରେ ଲୋକନାଥଙ୍କୁ ଦେଇଥିଲେ । ପରେ ଲୋକନାଥ ଶ୍ରୀହରିକୁ ଆଉ ଜାଗା ନଦେଇ ସେହି ଜାଗା ଅନ୍ୟକୁ ବିକ୍ରି କରିଦେଇଥିଲେ । ଏହା ଜାଣି ଶ୍ରୀହରି ଲୋକନାଥକୁ ପଚାରିବାରୁ ସେ ଟଙ୍କା ଫେରସ୍ତ କରିଦେବା କହି ଦୁଇଟି ଚେକ୍ ଆଇ.ଡି.ବି.ଆଇ ବ୍ୟାଙ୍କର ଚେକ୍ ନଂ- ୧୧୭୨୮୬, ତା.୧୯.୫.୨୦୧୧ ରେ ୩ ଲକ୍ଷ ୪୦ ହଜାର ଟଙ୍କାର ଏବଂ ପଞ୍ଜାବ ଏଣ୍ଡ ସିନ୍ଧି ବ୍ୟାଙ୍କର ଚେକ୍ ନଂ- ୮୬୦୯୫୬, ତା.୩.୮.୨୦୧୧ ରେ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ମାତ୍ର ଏହି ତାରିଖରେ ଶ୍ରୀହରି ବ୍ୟାଙ୍କରେ ଚେକ୍ ଜମା କରିଥିଲେ ମଧ୍ୟ ବ୍ୟାଙ୍କ ଖାତାରେ ଟଙ୍କା ନଥିବାରୁ ଚେକ୍ ଦୁଇଟି ବାଉନ୍ସ ହୋଇଯାଇଥିଲା । ଫଳରେ ଶ୍ରୀହରି ବାଧ୍ୟ ହୋଇ ବାଲେଶ୍ୱର ଏସ.ଡି.ଜେ.ଏମ୍ଙ୍କ ଅଦାଲତରେ ତାଙ୍କ ବିରୁଦ୍ଧରେ ଆଇ.ସି.ସି କ୍ୟାସ୍ ନଂ. ୫୮୦/୨୦୧୧ ଦାଏର୍ କରିଥିଲେ । ଉକ୍ତ ମୋକଦ୍ଦମାର ବିଚାର ହୋଇ ତା.୩.୧୨.୨୦୧୩ରେ ଜଜ୍ମେଣ୍ଟ ପାଇଁ ଧାର୍ଯ୍ୟ ଥିଲା । ମାତ୍ର ଏହି ଧାର୍ଯ୍ୟ ତାରିଖରେ ଲୋକନାଥ ଜାଣିଶୁଣି କୋର୍ଟରେ ଅନୁପସ୍ଥିତ ରହିବାରୁ ମାନ୍ୟବର ନ୍ୟାୟାଳୟ ଉକ୍ତ ମୁଦାଲାଙ୍କ ବିରୁଦ୍ଧରେ ଜାମୀନ ବିହୀନ ଗିରଫ ପରୱାନା ଜାରୀ କଲେ ଏବଂ ଜଜ୍ମେଣ୍ଟ ଘୋଷଣା ନକରି ସିଲ୍ କଭରରେ ରଖିଲେ । ତାହା ପ୍ରନାଉନ୍ସ ହୋଇ ପାରିଲା ନାହିଁ । ଗତ ୩.୧୨.୨୦୧୩ରିଖ ଠାରୁ ଖନ୍ତାପଡା ପୋଲିସ ୱାରେଣ୍ଟ ଥିବା ଲୋକନାଥକୁ କୋର୍ଟରେ ସମ୍ପାଦନ କରିପାରୁନାହାନ୍ତି । ଫଳରେ ନୀରିହ ଶ୍ରୀହରି ନ୍ୟାୟ ପାଇବାରୁ ବଞ୍ôଚତ ହେଉଛି । ଏ ବିଷୟରେ ଶ୍ରୀହରି ବାଲେଶ୍ୱର ଏସ.ପି, ଡି.ଆଇ.ଜି ପୋଲିସଙ୍କୁ ଅବଗତ କରାଇଥିଲେ ମଧ୍ୟ ଏଯାବତ୍ ପୋଲିସ ତଥା ପୋଲିସ ପ୍ରଶାସନର ଅପାରଗତା ପାଇଁ ଦରଖାସ୍ତକାରୀ ନ୍ୟାୟ ପାଇବାରୁ ବଞ୍ôଚତ ହେଉଛି ବୋଲି ଶ୍ରୀହରି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି । ଏହିପରି ଅନେକ ୱାରେଣ୍ଟ୍ ଥିବା ଅପରାଧି ଗିରଫ ହୋଇନପାରିବା ଯୋଗୁଁ ନିରୀହ ଲୋକମାନେ ଅଦାତଲରୁ ନ୍ୟାୟ ପାଇବାରୁ ବଞ୍ôଚତ ହେଉଛନ୍ତି । ଏ ଦିଗରେ ପୋଲିସ ପ୍ରଶାସନ ଯତ୍ନଶୀଳ ହୋଇ ଅପରାଧିଙ୍କୁ ଧରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ