ସ୍ୱତନ୍ତ୍ର ଓଡିଶା ଗଠନ ପାଇଁ ସମସ୍ତ ବ୍ଲକ କୁ ପଦଯାତ୍ରା
ଗୁମ୍ମା, (ତାରିଣୀ ପ୍ରସାଦ ପଣ୍ଡା):ସତ୍ୟ ବ୍ରତ ଦାସ ଜିଲ୍ଲା ଜଗତସିଂହପୁର ଏକ ଯୁବକ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରିବା ପାଇଁ ସମସ୍ତ ବ୍ଲକ କୁ ପଦଯାତ୍ରା କରି ବିଡ଼ିଓ ଙ୍କ ଜରିଆରେ ରାଷ୍ଟ୍ରପତି ଙ୍କୁ ଏକ ସ୍ମାରକ ପତ୍ର ବୁଲି ବୁଲି ପ୍ରଦାନ କରୁଛନ୍ତି। ଆଜି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୁ ଆସି ବିଡ଼ିଓ ନଟବର ଗରଡ଼ା ଙ୍କୁ ପ୍ରଦାନ କରିଛନ୍ତି ଏବଂ ଆଜି ଗୁମ୍ମା ବ୍ଲକ କୁ ମିଶାଇ ୧୯୧ଟି ବ୍ଲକ ର ବିଡ଼ିଓ ଙ୍କୁ ସ୍ମାରକ ଦେଇଥିବା ପ୍ରକାଶ କରି ଓଡ଼ିଶା ରାଜ୍ୟ କୁ ସ୍ୱତନ୍ତ୍ର ମାନ୍ୟତା ହେଲେ ଖାଲି ଟଙ୍କା ନୁହେଁ ଅନ୍ୟ ମୌଳିକ ଅଧିକାର ଗୁଡିକ ଯେମିତି ନିଯୁକ୍ତି ,ଜମି ଅଧିଗ୍ରହଣ ଆଦି କ୍ଷେତ୍ରରେ ସୁବିଧା ମିଳିପାରିବ ଓ କଟକ ମହାନଦୀ ଜଳ ବିବାଦ ଶୀଘ୍ର ସମାଧାନ କରାଯାଉ ଏବଂ ପୋଲଭରମ ପ୍ରକଳ୍ପ କୁ ବନ୍ଦ କରାଯାଉ ବୋଲି ପତ୍ର ପ୍ରଦାନ କରିଛନ୍ତି