ଛତୁଚାଷ ପ୍ରଶିକ୍ଷଣ ଶିବିର ଉଦଯାପିତ

ପିପିଲି (ଯୁଗାଦ୍ଦ ନ୍ୟୁଜ): ରୁପଦେଇପୁର ପଞ୍ଚାୟତ କୋଳିତଳ ଗ୍ରାମର ମା’ ପାଦୁକେଇ ୟୁଥ କ୍ଲବ ଦ୍ୱାରା ଗତ ୨୪ତାରିଖରୁ ଅନୁଷ୍ଠିତ ୩ମାସିଆ ଛତୁଚାଷ ପ୍ରଶିକ୍ଷଣ ଶିବିର ଶନିବାର ଉଦ୍ଯାପିତ ହୋଇଯାଇଛି । ଶିବିରରେ ମୁଖ୍ୟ ଅତିଥିଭାବେ ସରପଞ୍ଚ ପ୍ରଦୀପ୍ତ କୁମାର ମିଶ୍ର, ଅତିଥି ଭାବେ ଭିଏଲଡବ୍ଲୁ ରୁପଦେଇପୁର ବୈଷ୍ଣବ ଚରଣ ସାହୁ, ଅନ୍ୟତମ ଅତିଥି ଭାର୍ଗବୀ ୟୁଥ୍ କ୍ଲବ ସଭାପତି ଧନେଶ୍ୱର ବେହେରା ଓ ବିଜୁ ଯୁବ ବାହିନୀ ସମ୍ପାଦକ ଶୁଶାନ୍ତ କୁମାର ମିଶ୍ର, ପ୍ରଶିକ୍ଷକ ରବିନ୍ଦ୍ର ନାଥ ସାହୁ, ସହପ୍ରଶିକ୍ଷକ ବୈକୁଣ୍ଠ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଆତ୍ମ ନିଯୁକ୍ତି ଯୋଜନାରେ ଉନ୍ନତ ଛତୁ ଚାଷ ପ୍ରଣାଳୀ ଉପରେ ମତ ରଖିଥିଲେ । ପାଦୁକେଇ ୟୁଥ୍ କ୍ଲବ ସଭାପତି ଅଜ୍ଜୁନ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିବିରରେ ୩୫ ଯୁବକ ଯୁବତୀ ପ୍ରଶିକ୍ଷଣ ନେଇଥିଲେ । ପୁରୀ ନେହରୁ ଯୁବକେନ୍ଦ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ