ରାସ୍ତାରେ ପଡିଲା ବଡ଼ ବରଗଛ ଜଣେ ଆହତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ଶଙ୍କରାଖୋଲ ଗ୍ରାମ ବରସାହି ଦେଇ ଯାଇଥିବା ୧୫୭ ନଂ. ଜାତୀୟ ରାଜପଥରେ ଶୁକ୍ରବାର ଏକ ବଡ ବରଗଛ ଉପୁଡି ଜଣେ ବ୍ୟକ୍ତିଙ୍କ ଉପରେ ପଡିବାରୁ ସେ ଗୁରୁତର ଆହାତ ହୋଇଛନ୍ତି। ସେ ହେଲେ ପଶ୍ଚିମବଙ୍ଗ ମୁର୍ସିଦାବାଦ୍‌ର ସୁମଙ୍ଗଲ ରାଏ। ସୁମଙ୍ଗଲ ସକାଳ ପ୍ରାୟ ୯ଟାରେ ଉକ୍ତ ରାସ୍ତାଦେଇ ଚାଲିଚାଲି ଯାଉଥିବାବେଳେ ଗଛଟି ଉପୁଡି ତାଙ୍କ ଉପରେ ପଡିଥିଲା। ଶଙ୍କରାଖୋଲ ସରପଞ୍ଚ ଚିତ୍ର କହଁର ପ୍ରଶ୍ନ କୁମାର ଦାସଙ୍କ କାରରେ ତାଙ୍କୁ ଫୁଲବାଣୀ ମୂଖ୍ୟ ଡାକ୍ତରଖାନାକୁ ନେଇଥିଲେ। ଖବର ପାଇ ଟିକାବାଲି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ସଙ୍ଗେ ସଙ୍ଗେ ଗଛ କାଟି ରାସ୍ତା ସଫା କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ