ସାପ କାମୁଡ଼ାରେ ଯୁବତୀଙ୍କ ମୃତ୍ୟୁ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗାଙ୍ଗପୁର ଥାନା ଅନ୍ତର୍ଗତ ଇଂଧନପୁର ଗ୍ରାମର ବସନ୍ତ ସ୍ବାଇଁଙ୍କ ଝିଅ ଜଳିତା ସ୍ୱାଇଁ (୨୦)ନାମକ ଜଣେ ଯୁବତୀଙ୍କ ସାପ କାମୁଡ଼ା ରେ ମୃତ ଘଟିଛି। ମିଳିଥିବା ସୂଚନା ମୁତାବକ ଜଳିତା ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ବେଳେ ହଠାତ ଏକ ବିଷଧର ସାପ ତାଙ୍କୁ କାମୁଡି ଦେଇଥିଲା। ଘଟଣା ସ୍ଥଳରେ ଜଳିତା ଚିତ୍କାର କରିବାରୁ ପରିବାର ଲୋକେ ସଂଗେ ସଂଗେ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ହେଲେ ସେଠାରେ ଡାକ୍ତର ଜଳିତାଙ୍କୁ ମୃତ ଘୋଷଣା କରିଛନ୍ତି।


