ବିଦ୍ୟୁତ ଆଘାତରେ ଯୁବକ ଗୁରୁତର
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ଥାନା ଅନ୍ତର୍ଗତ ଗାମୁଣ୍ଡି ଗ୍ରାମର ବଂଶୀଧର ବିଷୋୟୀ ଙ୍କ ପୁଅ ପ୍ରଦ୍ୟୁମ୍ନ ବିଷୋୟୀ (୧୯) ସେ ବିଦ୍ୟୁତ ଆଘାତରେ ଗୁରୁତର ହୋଇଛନ୍ତି | ପ୍ରଦ୍ୟୁମ୍ନ ଭଞ୍ଜନଗର ଏକ ଡ୍ରେସ ଦୋକାନରେ କାମ କରନ୍ତି ସେ ମାଲିକଙ୍କ ଘର ସ୍ଥାନୀୟ ସତ୍ୟ ସାଇ ସ୍କୁଲ ପଛପଟେ ଘର କାମ ଚାଲିଥିବା ବେଳେ ସେଠାକୁ କୌଣସି କାରଣରେ ଯାଇଥିଲେ | ଘର ଆଗରେ ଥିବା ବିଦ୍ୟୁତ ପୋଲରେ ଥିବା ସପୋର୍ଟିଂ ତାରକୁ ଧରିଦେଇଥିଲେ |କିନ୍ତୁ ସେଥିରେ ବିଦ୍ୟୁତ ପ୍ରବାହିତ ହେଉଥିବାରୁ ତାଙ୍କୁ କରେଣ୍ଟ ମାରିଥିଲା | କରେଣ୍ଟ ମାରିବାରୁ ସେ ହଠାତ ତଳେ ପଡିଯାଇଥିଲେ | ସଂଗେ ସଂଗେ ପ୍ରଦ୍ୟୁମ୍ନଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବ୍ରହ୍ମପୁର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l


