ବିଜୟଓ୍ବାଡ଼ାରେ ବିଜୟ ମହାନ୍ତି

ଭୁବନେଶ୍ବର: ସାଂସଦ ଅପରାଜିତା ଷଡଙ୍ଗୀ ବିଜୟଙ୍କୁ ଓଡିଶା ଫେରାଇ ଆଣିବାର ଦାୟିତ୍ବ ନେଇଛନ୍ତି। ଏନେଇ ସେ ବିଜୟଙ୍କ ପରିବାର ସହ ମଧ୍ୟ କଥା ହୋଇଥିଲେ। ଗତକାଲିଠାରୁ ବିଜୟ ମହାନ୍ତିଙ୍କୁ ଓଡିଶା ଫେରାଇ ଆଣିବାକୁ ଆମ୍ବୁଲାନ୍ସ ଓ ଡାକ୍ତରୀ ଟିମଙ୍କୁ ହାଇଦ୍ରାବାଦ୍ ପଠାଯାଇଛି। ଡାକ୍ତରୀ ଟିମ୍ ଗତକାଲି ହାଇଦ୍ରାବାଦରେ ପହଞ୍ଚି ସେଠାରେ ଚିକିତ୍ସା କରୁଥିବା ଡାକ୍ତରୀ ଦଳଙ୍କ ସହ ଆଲୋଚନା କରିଥିଲେ। ବର୍ତ୍ତମାନ ସେଠାରୁ ସେ ବାହାରି ବିଜୟଓ୍ୱାଡା ଯାଏ ପହଁଚି ସାରିଲେଣି । ସେ ଆସନ୍ତାକାଲି ଭୁବନେଶ୍ବରରେ ପହଞ୍ଚିବେ ବୋଲି ସୂଚନା ମିଳିଛି। ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯିବ । ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେବାର ୧୫ଦିନ ପରେ ପରିବାର ସହ ସେ ଓଡ଼ିଶାକୁ ଫେରିବେ ବୋଲି ସୂଚନା ମିଳିଥିଲା। ତେବେ ଘରକୁ ନୁହେଁ, ବରଂ ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପୂର୍ବବତ ଚିକିତ୍ସା ଚାଲୁ ରହିବ। ଅଭିନେତା ତଥା ବିଜେପି ଯୁବନେତା ଅଖିଳ କୁମାର ପଟ୍ଟନାୟକଙ୍କ ସୂଚନା ମୁତାବକ, ବିଜୟ ମହାନ୍ତି ଓଡ଼ିଶା ଫେରିବାକୁ ଚାହୁଁଥିବା ସମ୍ବନ୍ଧରେ ପ୍ରଥମେ ସେ ସୂଚନା ପାଇଥିଲେ। ଏହାପରେ ସେ ବିଜୟଙ୍କ ଝିଅଙ୍କ ସହ ଯୋଗାଯୋଗ କରିଥିଲେ। ସେ ମଧ୍ୟ ବାପା ଓଡ଼ିଶାକୁ ଫେରିବାକୁ ଚାହୁଁଥିବା କହିଥିଲେ। ମାତ୍ର ଏଥିରେ ସମସ୍ୟା ହେବାରୁ ଭୁବନେଶ୍ବରର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ପରେ ଫେରିବା ବାଟ ଫିଟିଥିଲା।
ବିଜୟଙ୍କ ଫେରିବା ପାଇଁ ଏକ ଆମ୍ବୁଲାନ୍ସ ବସ୍‌ର ବ୍ୟବସ୍ଥା କରାଯାଇଛି। ସେଥିରେ ଡାକ୍ତର, ନର୍ସ ଓ ଆଇସିୟୁ ବ୍ୟବସ୍ଥା ସହ ତାଙ୍କ ପରିବାର ଫେରିବେ। କେୟାର ହସ୍ପିଟାଲ,ଭୁବନେଶ୍ବର ପକ୍ଷରୁ ଆମ୍ବୁଲାନସ୍‌ ବସ୍‌ର ବ୍ୟବସ୍ଥା କରାଯାଇଥିବା ସୂଚନା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ