ପଟ୍ଟାମୁଣ୍ଡାଇ ମହିଳା କଲେଜରେ ଆର୍ଥିକ ଅନିୟମିତତା ଘଟଣା: ଏଡିଏମଙ୍କ ଅଧ୍ୟକ୍ଷାଙ୍କୁ କୈଫିୟତ ତଲବ:କନିଷ୍ଠ କିରାଣୀ ଛଟେଇ

କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍): ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଆର୍ଥିକ ଅନିୟମିତତା ଓ କଲେଜ ପାଣ୍ଠିରୁ ବେଆଇନ ଭାବେ ଅର୍ଥ କାରବାର ହୋଇଥିବା ଘଟଣାରେ କଲେଜ ପରିଚାଳନା ସମିତି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷା ପ୍ରଭାବତୀ ପଢିହାରୀଙ୍କୁ କୈଫିୟତ ତଲବ କରିଥିବା ଜଣାପଡିଛି । ଅତିରିକ୍ତ ଜିଲ୍ଲାପାଳଙ୍କ କଲେଜ ଅଧ୍ୟକ୍ଷାଙ୍କୁ ଲିଖିତ ତା ୧୦.୦୭.୨୦୧୯ରିଖର ପତ୍ର ସଂଖ୍ୟା ୭୫୭୧ ଅନୁଯାଇ ସେହି ମହାବିଦ୍ୟାଳୟରେ ବାରମ୍ବାର ଆର୍ଥିକ ଅନୀୟମିତତା ହୋଇଥିବା ନେଇ ସଭାପତି ତଥା ଏଡିଏମଙ୍କ ନିକଟରେ ଅଭିଯୋଗ ହୋଇଆସୁଛି । ଏହିସବୁ ଅଭିଯୋଗ ଗୁଡିକ ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ପଢିହାରୀଙ୍କ ଅଧ୍ୟକ୍ଷା ଦାୟିତ୍ୱ ନିର୍ବାହ ସମୟରେ ହୋଇଥିବା ମଧ୍ୟ ଉଲ୍ଲେଖ ରହିଛି । କଲେଜ ଅର୍ଥନୀତି ବିଭାଗ ଅଧ୍ୟାପିକା ରୀତା ଦାସଙ୍କ ଗତ ତା ୧୪.୧୨.୨୦୧୮ରିଖର ତଦନ୍ତ ରିପୋର୍ଟ ଅନୁଯାଇ ଏକଲକ୍ଷ ୨୦ହଜାର ୫୭୯ଟଙ୍କା କଲେଜ ବ୍ୟାଙ୍କ ଆକାଉଂଟରୁ ଉଠାଯାଇ କଲେଜ ମ୍ୟାନେଜମେଂଟ ଷ୍ଟାଫ ତଥା କନିଷ୍ଠ କିରାଣୀ ମନୋଜ କୁମାର ଦାସଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଂଟରେ ବେନିୟମ ଭାବେ ଜମା କରାଯାଇଛି । କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷା ଭାବରେ ଶ୍ରୀମତୀ ପଢିହାରୀ ଏହି ଘଟଣାରେ ସଂପୃକ୍ତ କିରାଣୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରିନାହାନ୍ତି ବୋଲି ସଭାପତି କୈଫିୟତ ତଲବ କରିବା ସହିତ ଅଧ୍ୟକ୍ଷା ଏଭଳି ଆର୍ଥିକ ଅନୀୟମିତତା ଘଟଣାରେ ସଂପୃକ୍ତ ଥିବା ଏଥିରୁ ପ୍ରମାଣିତ ହେଉଛି ବୋଲି ଉକ୍ତ ଚିଠିରେ କହିଛନ୍ତି । ତେଣୁ ତୁରନ୍ତ ସଂପୃକ୍ତ କିରାଣୀଙ୍କୁ ଛଟେଇ କରି ତାଙ୍କ ନାମରେ ଥାନାରେ ଏଫ.ଆଇ.ଆର ଦରଜ କରିବାକୁ କଲେଜ ଅଧ୍ୟକ୍ଷାଙ୍କୁ ଏଡିଏମ ଶ୍ରୀ ରାଉତ ନିର୍ଦେଶ ଦେଇଥିବା ଜଣାପଡିଛି । ଏହି ପତ୍ର ପ୍ରାପ୍ତ ହେବା ପରେ କଲେଜ ଅଧ୍ୟକ୍ଷା ଶ୍ରୀମତୀ ପଢିହାରୀ ଗତ ୧୧ତାରିଖରେ କନିଷ୍ଠ କିରାଣୀ ମନୋଜ କୁମାର ଦାସଙ୍କୁ ଚାକିରୀରୁ ଛଟେଇ କରିଦେଇଥିବା ତାଙ୍କ ପତ୍ର ସଂଖ୍ୟା ୩୫୫ତା ୧୧.୦୭.୨୦୧୯ରିଖରୁ ସୂଚଂନା ମିଳିଛି । ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ମଧ୍ୟ ଜଣେ କିରାଣି ସମାନକାରଣରୁ ଛଟେଇ ହୋଇଛନ୍ତି । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ କଲେଜ ଅଧ୍ୟକ୍ଷା ଶ୍ରୀମତୀ ପଢିହାରୀଙ୍କ ଅଧ୍ୟକ୍ଷା ଦାୟିତ୍ୱ ନିର୍ବାହ ସମୟରେ ସଭାପତିଙ୍କ ଉପରୋକ୍ତ ପତ୍ର ଅନୁଯାଇ ଅନେକ ଗୁଡିଏ ଆର୍ଥିକ ଅନୀୟମିତତା ଘଟଣା ଘଟିଥିବା ବେଳେ ଏହିସବୁ ଘଟଣାରେ ଅଧ୍ୟକ୍ଷା କିଭଳି ସଂପୃକ୍ତ ନୁହଁନ୍ତି ନା କଲେଜ ପରିଚାଳନା କମିଟି ସଭାପତି ସବୁକିଛି ଜାଣି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ନୁହଁନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ