ଭାରତ ପେଟ୍ରୋଲିୟମ ଲିମିଟେଡ଼ କର୍ପୋରେସନ ପକ୍ଷରୁ ସ୍ୱଚ୍ଛତା ପଖୱାଡ଼ା ପାଳନ
ଭୁବନେଶ୍ୱର : ସ୍ୱଚ୍ଛତାକୁ ଅଗ୍ରାଧିକାର ଦେବା ପରିପ୍ରେକ୍ଷୀରେ ଜୁଲାଇ ମାସ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ଏକ ପଦକ୍ଷେପ ସ୍ୱଚ୍ଛତାପକ୍ଷ ପାଳନ ସମଗ୍ର ଦେଶରେ ଆୟୋଜନ କରାଯାଉଛି । ‘ସ୍ୱଚ୍ଛଭାରତ’ ପ୍ରତି ଭାରତର ପ୍ରଧାନମନ୍ତ୍ରୀ, ନରେନ୍ଦ୍ର ମୋଦିଙ୍କ ସମର୍ପିତ ମନୋଭାବ ଏବଂ ଦୃଢ ପ୍ରତିବଦ୍ଧତା, ସମାଜକୁ ସ୍ୱଚ୍ଛ ଏବଂ ନିର୍ମଳ ରଖିବା ଦିଗରେ ସମଗ୍ର ଦେଶବାସୀଙ୍କ ଥିବା ଦାୟିତ୍ୱବୋଧତାକୁ ଆହୁରି ସୁଦୃଢ କରିପାରିଛି, ଯାହାକି ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ପଡ଼ିଛି । ଏହି ଅବସରରେ, ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ (ବିପିସିଏଲ୍) ପକ୍ଷରୁ “ସ୍ୱଚ୍ଛତା ପଖୱାଡ଼ା ପାଳନ” କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ବିପିସିଏଲ୍ ପକ୍ଷରୁ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିର ଏବଂ ଏହାର ଆଖପାଖ ଅଞ୍ଚଳକୁ ସ୍ୱଚ୍ଛ ଓ ନିର୍ମଳ ରଖିବାର ଦାୟିତ୍ୱ ନିଆଯାଇଛି । ଦେବାଶିଷ ପାଲିତ, ରାଜ୍ୟ ମୁଖ୍ୟ (ରିଟେଲ)-ଓଡ଼ିଶା ଏବଂ ଝାରଖଣ୍ଡ, ବିପିସିଏଲ୍ର ଏବଂ ତୈଳ ଉଦ୍ୟୋଗର ଅନ୍ୟ ବରିଷ୍ଠ କର୍ମକର୍ତ୍ତାମାନେ ଆୟୋଜିତ ୩ ଘଣ୍ଟାର ଏହି ସ୍ୱଚ୍ଛତା ଅଭିଯାନରେ ଯୋଗ ଦେଇଥିଲେ । ପ୍ରତିଷ୍ଠିତ ସମାଜସେବୀ ସମୀର ମହାନ୍ତି, ବାବୁ ସିଂ ଏବଂ ହରେକୃଷ୍ଣ ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ବିପିସିଏଲ୍ର ଅଭିନବ ପ୍ରୟାସକୁ ଉଚ୍ଚପ୍ରଂଶସା କରିଥିଲେ । ତୈଳ ଉଦ୍ୟୋଗର ସମସ୍ତ ଡିଲର, ବିତରକଙ୍କ ସମେତ ଭୁବନେଶ୍ୱରର ପ୍ରାୟ ୨୦୦ ସ୍ୱେଚ୍ଛାସେବୀ ଏହି ଅଭିଯାନରେ ସାମିଲ ହୋଇଥିଲେ । ଏହି ଅବସରରେ ପାଲିତ ଏକ ସ୍ୱଚ୍ଛ ପରିବେଶର ଉପାଦେୟତା ସମ୍ପର୍କରେ ବିଶେଷ ଆଲୋକପାତ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ଯେତେଦିନ ପର୍ଯ୍ୟନ୍ତ ଏହି ଅଭିଯାନ ଜାରିରହିବ, ପରିବେଶକୁ ସ୍ୱଚ୍ଛ, ନିର୍ମଳ ରଖିବା ଆମସମସ୍ତଙ୍କ ଦାୟିତ୍ୱ । ସେ ସାଧାରଣ ଜନତାଙ୍କୁ ମଧ୍ୟ ଉତ୍ସାହିତ କରିବା ନିମନ୍ତେ କହିଥିଲେ ଯେ,ସ୍ୱଚ୍ଛତା କୌଣସି ଏକ ସମୟସୀମା ମଧ୍ୟରେ ଆବଦ୍ଧ ନ ରହି ଆମ ଅଭ୍ୟାସ ଏବଂ ଜୀବନଶୈଳୀ ମଧ୍ୟରେ ପ୍ରବେଶ କରିବା ଉଚିତ ।