ବ୍ରହ୍ମପୁର ଗଣେଶ ମାର୍କେଟ କମ୍ଲେକ୍କ୍ସକୁ ସିଲ କଲା ପ୍ରଶାସନ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ): ବ୍ରହ୍ମପୁର ସ୍ଥିତ ବଡ଼ବଜାରର ଗଣେଶ ମାର୍କେଟରେ ପ୍ରବଳ ଭିଡ଼ ହେଉଥିବା ଓ ଦୋକାନୀମାନେ ସାମାଜିକ ଦୂରତାକୁ ମାନୁ ନଥିବାରୁ ଉକ୍ତ ମାର୍କେଟକୁ ବ୍ରହ୍ମପୁର ପ୍ରଶାସନ ସିଲ୍ କରିଥିବା ସୂଚନା ମିଳିଛି । ଅତିରିକ୍ତ ଉପଜିଲ୍ଲାପାଳ ବିନୋଦ ବେହେରାଙ୍କ ତତ୍ୱାବଧାନରେ ଗଣେଶ ବଜାରକୁ ସିଲ କରାଯାଇଥିବା ଜଣାପଡିଛି ।ବର୍ତ୍ତମାନ ବ୍ରହ୍ମପୁରରେ ଲକ୍‌ଡ଼ାଉନ୍ ୩୦ ଜୁନ୍ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିବା ବେଳେ ସାମାଜିକ ଦୂରତାକୁ ଅଧିକ ଫୋକସ୍ ଦେଉଛି ପ୍ରଶାସନ । ବ୍ରହ୍ମପୁରରେ ଗୋଷ୍ଠୀ ସଂକ୍ରମଣ ହୋଇନଥିବା ଜିଲ୍ଲାପାଳ କହିଥିଲେ ମଧ୍ୟ କୌଣସି ସ୍ଥାନରେ ବେଶି ଗହଳି ହେଲେ ସେଠାରେ ଏପରି ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି । ଦୋକାନ ମାଲିକ ମାନେ ସୋସିଆଲ ଡିଷ୍ଟାନ୍ସ ର ଉଲଙ୍ଘନ କରିଥିବାରୁ ଏଭଳି ପଦକ୍ଷପ ପ୍ରଶାସନ ନେଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ