ଅସହାୟ ମହିଳାଙ୍କୁ ‘ନୋ ହଙ୍ଗ୍ରୀ’ ସଂଗଠନ ପକ୍ଷରୁ ଶାଢ଼ୀ ଓ ଶୁଖିଲା ଖାଦ୍ୟ ବଣ୍ଟନ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଲକ୍ ଡାଉନ୍ ସମୟରେ କାମଧନ୍ଦା ନପାଇ ବହୁ ଦୁଃଖକଷ୍ଟରେ କାଳାତିପାତ କରୁଛନ୍ତି ।ଦିର୍ଘ ୪ ମାସ ହେଲା ହଇରାଣ ହରକତ ହୋଇ ଦିନ କାଟୁଛନ୍ତି ।ପାଖରେ ପଇସା ପତ୍ର ନାହିଁ ।ରାତି ପାହିଲେ ଓଡ଼ିଆଙ୍କର ରଜ ପର୍ବ । ସମସ୍ତଙ୍କ ଘରେ ପିଠାପଣା,ନବ ବସ୍ତ୍ର । ଅନ୍ୟ ପକ୍ଷରେ ଗରିବ ଗୁରୁବାଙ୍କ ଘରେ ଚୁଲି ଜଳୁନି !ସାତସିଆଁ ଲୁଗା ପିନ୍ଧି ଏତେ ବଡ଼ ରାଜପର୍ବକୁ ପାର କରିବେ କିପରି? ନିଜେ ନ ପିନ୍ଧିଲେ ନାହିଁ ନିଜର ଛୋଟ ଛୋଟ ପିଲାମାନଙ୍କ ମୁହଁରେ ପୋଡପିଠା ଖଣ୍ଡେ ଦେଇ ପାରିବେ ନାହିଁ ଯେହେତୁ ଘରେ ଅରୁଆ ଚାଉଳ,ଗୁଡ,ବିରି ନାହଁ ।ତଦସହ ନିଜର ଛୋଟ ପିଲାମାନଙ୍କୁ ନୁଆ ଲୁଗା ପିନ୍ଧେଇ ପାରୁ ନାହାଁନ୍ତି ।ରାତି ପାହିଲେ ରଜ ସଂକ୍ରାନ୍ତି । ଆଖିରେ ଆଖିଏ ଲୁହ ଗଡି ଯାଉଛି । ସବୁକିଛି କରୋନା ସାରିଦେଲା । କିଛି ଅସହାୟ ମହିଳା ସାରିଆ, ପାର୍ବତୀ,ପରବିନ, ଆରତୀ ଭଳି ନି଼ଃସହୟା ନିରିହ ଗରିବ ମହିଳାଙ୍କ ଦୁଖଭରା ମୁହଁକୁ ଦେଖି ରାଇରଙ୍ଗପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ନୋ ହଙ୍ଗ୍ରୀ ସଂଗଠନ’ର ସଭ୍ୟବୃନ୍ଦ ପବିତ୍ର ରଜ ସଂକ୍ରାନ୍ତି ଅବସରରେ ସେମାନଙ୍କୁ ସହାୟତାର ହାତ ବଢ଼ାଇଥିଲେ । ରାଇରଙ୍ଗପୁର ପୌରାଞ୍ଚଳର ବିଭିନ୍ନ ଓ୍ବାର୍ଡ ବୁଲି ସେଠାରେ ରହୁଥିବା ଅସହାୟ ମହିଳାଙ୍କୁ ଶାଢ଼ୀ ଓ ମୁକ୍ତିଲାଭ ଖାଦ୍ୟ ବଣ୍ଟନ କରିଥିଲେ । ଅନୁଷ୍ଠାନର ସଦସ୍ୟ ଅଭିଷେକ ପଟ୍ଟନାୟକ (ପୁପୁନ),ତନୁଜା ମହାନ୍ତ,ବୁନା ମହାନ୍ତ ଏବଂ ଅନ୍ୟ ମାନେ ଏହି ଜନ କଲ୍ୟାଣ କାର୍ଯ୍ୟରେ ସାମିଲ ହୋଇଥିଲେ ନୋ ହଙ୍ଗ୍ରୀ ସଂଗଠନ ର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।