ଭାଲୁ ଆକ୍ରମଣରେ ଜଣେ ଗୁରୁତର
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ଦିନକୁ ଦିନ ଜଙ୍ଗଲ କ୍ଷୟ ହେବା ସହିତ ଜୀବଜନ୍ତୁ ମଧ୍ୟ ଲୋପ ପାଇବାକୁ ବସିଲେଣି । ଆଉ ଯାହାବି ଅଛନ୍ତି ଏବେ ଖାଦ୍ୟ ଅଭାବରୁ ଏଣେ ତେଣେ ବୁଲୁଛନ୍ତି ଏହାର ସୁଯୋଗରେ କିଛି ଶିକାରୀ ଅବାଧ୍ୟ ଶିକାର କରୁଛନ୍ତି ଫଳରେ ବନ୍ୟଜନ୍ତୁ ଏବେ ଗ୍ରାମମୁହାଁ ।ଯାହା ଫଳରେ ବନ୍ୟଜନ୍ତୁ ହାବୁଡ଼ରେ ପଡି କେତେ ବେଳେ କାହାର ଜୀବନ ଗୋଲାଣି ତ ଆଉ କିଏ ଅକର୍ମଣ୍ୟ ହୋଇ ପଡିରହିଛି । ତେବେ ଏପରି ଏକ ହୃଦୟ ବିଦାରକ ଘଟଣା ଗତ କାଲି ସନ୍ଧ୍ୟାରେ ଘଟିଛି ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଜରକ୍ ଗ୍ରାମପଞ୍ଚାୟତ ଜରକ୍ ଗାଁରେ ମରା ଜଙ୍ଗା ନାମକ ଜୈନେକ ବ୍ୟକ୍ତି ନିଜ ଝିଅ ଘର ନିକଟ ଗୌରିଆବାହାଳି ଗ୍ରାମକୁ ଯାଇଥିବା ବେଳେ । ସେଠାରେ ଘଟିଛି ଅଘଟଣ କୌଣସି କାର୍ଯ୍ୟ ପାଇଁ ଗାଁ ପାଖ ଜଙ୍ଗଲକୁ ଯାଇଥିବା ବେଳେ ଭାଲୁ ହାବୁଡ଼ରେ ପଡିଯାଇ ଯାଇଥିଲେ ଭାଲୁ ସହିତ ସାମ୍ନା ସାମ୍ମ୍ନି ହେବାରୁ ଅତର୍କିତ ଆକ୍ରମଣ କରିଥିଲା ଭାଲୁଟି। ଏହିଆକ୍ରମରେ ଭାଲୁ ମରାର ଜଙ୍ଘ,ଗୋଡ଼ ଏବଂ ହାତକୁ କାମୁଡି ଚୁନା କରିଦେଇଛି ଫଳରେ ଅତ୍ୟଧିକ ରକ୍ତସ୍ରାବ ହେବାରୁ ର୍ମୁମୁଶ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଇଥିଲେ । ସେଠାରେ ମରା ର ଅବସ୍ଥା ଗୁରୁତର ହେବାରୁ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନା କୁ ସ୍ଥାନତରିତ କରାଯାଇଛି ।