ପଞ୍ଚାୟତ ପକ୍ଷରୁ କୋଭିଡ୍ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଛତ୍ରପୁର, (ଓ୍ବାଇଏନ୍ଏସ୍) : କରୋନା ଭଳି ଘଡିସନ୍ଧି ମୁହୂର୍ତ୍ତରେ ସୁଚାରୂ ରୂପେ ଦାୟିତ୍ୱ ସଂପାଦନ କରୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଛତ୍ରପୁର ବ୍ଲକ ଭିକାରିପଲ୍ଲୀ ପଞ୍ଚାୟତ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ପଞ୍ଚାୟତ ଅଧୀନରେ ଥିବା ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ସଙ୍ଗରୋଧ କେନ୍ଦ୍ର ଗୁଡିକରେ ନିଯୁକ୍ତ ହୋଇଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସେମାନଙ୍କ ଦାୟିତ୍ୱକୁ ଉତ୍ତମ ଭାବେ ପରିଚାଳନା କରିଥିବାରୁ ପଞ୍ଚାୟତ ତରଫରୁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ କୃତଜ୍ଞତା ଜଣାଇ ଦିଆଯାଇଛି । ସରପଞ୍ଚ ଧବଳେଶ୍ୱର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତର ଯୁବନେତା ବି.ବାନାମ୍ବର ପାତ୍ର ଏବଂ ସମ୍ମାନିତ ଅତିଥି ଭାବେ କେ.ଜଗନ୍ନାଥ ପାତ୍ର ଯୋଗଦେଇ କରୋନା ଯୋଦ୍ଧା ତଥା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ସଭା କାର୍ଯ୍ୟ ଶିକ୍ଷକ ବି.ସୋମେୟା ପାତ୍ର ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟ ଭାଗିରଥୀ ପ୍ରଧାନ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡକ୍ଟର ସେଠୀ, ଅଳେଖ ବେହେରା, ନୋଡାଲ ଅଫିସର ଚନ୍ଦ୍ର ଶେଖର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ