ଆସିଷ୍ଟାନ୍ଟ ପିସିସିଏଫ ହାତୀ ହତ୍ୟା ଘଟଣାର ତଦନ୍ତ କଲେ

ଯୋଡା (ସମୀର କୁମାର ଦାସ) : ରାଜ୍ୟରେ ଦିନକୁ ଦିନ ହାତୀ ମୃତ୍ୟୁ ବୃଦ୍ଧି ପାଉଥିବାରୁ ବନବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି । କେନ୍ଦୁଝର ଜିଲା ଚମ୍ପୁଆ ରେଂଜ ଯୋଡା ବନପାଳ ଅଧିନସ୍ଥ ଗୁରୁବେଡା ବୈତରଣୀ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ଦନ୍ତାହାତୀ ଓ ଗୋଟିଏ ମାଇ ହାତୀକୁ ବିଦ୍ୟୁତ କରେନ୍ଟ ଲଗାଇ ହତ୍ୟା କରାଯାଇଥିବା ଘଟଣାକୁ ନେଇ ଆସିଷ୍ଟାନ୍ଟ ପିସିସିଏଫ ଶସି ପଲ ଘଟଣାସ୍ଥଳରେ ପହନଚି ତଦନ୍ତ ଆରମ୍ଭ କରିଛନ୍ତି । ଆସିଷ୍ଟାନ୍ଟ ପିସିସିଏଫ ଶସି ପଲ ସୋମବାର ଦିନ ୩ ଘଟିକା ସମୟରେ ହାତୀ ମୃତ୍ୟୁ ଘଟିଥିବା ସ୍ଥଳରେ ପହନଚି ହାତୀର ମୃତ୍ୟୁ କିପରି ଘଟିଲା ସେନେଇ ଖୋଳତାଳ ଆରମ୍ଭ କରିଛନ୍ତି । ବିଦ୍ୟୁତ ତାର କିପରି ସଂଯୋଗ କରାଯାଇଥିଲା ଓ ବନବିଭାଗ ଜବତ କରିଥିବା ବିଦ୍ୟୁତ ତାର ଗୁଡିକୁ ୍‌ଦେଖିବା ସହିତ ଜଙ୍ଗଲର ପାରିପପାଶ୍ୱର୍ିକ ଅଂଚଳ ଅନୁଧ୍ୟାନ କରିଥିଲେ । ହାତୀର ଗତିବିଧି, ଜଙ୍ଗଲ ଓ ନିକଟରେ ରହିଥିବା ଖଣି ଗୁଡିକର ଅବସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ । ତଦନ୍ତ ସମୟରେ ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତରରେ ସେ କହିଥିଲେ ଯେ, ଶିକାରୀମାନେ ଛୋଟ ଜନ୍ତୁଙ୍କୁ ଶିକାର କରିବା ପାଇଁ ବିଦ୍ୟୁତ ତାର ବିଛାଇ ଥିଲେ । ମାତ୍ର ଏହି ବିଦ୍ୟୁତ ତାରର ସଂସ୍ପର୍ଶରେ ଆସି ଏହି ହାତୀ ଦୁଇଟିର ମୃତ୍ୟୁ ହେଲା ବୋଲି ସେ କହିଥିଲେ । ଅନ୍ୟ ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ, ହାତୀ ମୃତ୍ୟୁ ପାଇଁ ଯିଏ ଦାୟୀ ଓ ଏଥି ପାଇଁ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ରିପୋର୍ଟ ପ୍ରସ୍ତୁତ କରି ଉପୋରୋସ୍ତ ଅଧିକାରୀଙ୍କୁ ଜଣାଇବେ । ଶସୀ ପଲ ହାତୀ ମୃତ୍ୟୁ ଘଟଣାର ତଦନ୍ତ ଓ ବନବିଭାଗ ଅଧିକାରୀଙ୍କୁ ଏହି ଘଟଣା ନେଇ ପଚାରି ବୁଝିବା ପରେ ଶବ ବ୍ୟବଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଦୁଇଟି ହାତୀର ଶବ ବ୍ୟବଛେଦ ପାଇଁ ଭୁବନେଶ୍ୱରରୁ ଓାଇଲ୍ଡ ଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆ ର ପ୍ରାଣୀ ଚିକିତ୍ସକ ଡାକ୍ତର ବନ୍ଦିତା ମିଶ୍ର ଆସିଥିବା ବେଳେ ଯୋଡା ପ୍ରାଣୀ ଚିକିତ୍ସକ ମାଧବ ଚୌଧୁରୀ ଉଭୟ ଶବ ବ୍ୟବଛେଦ ଆରମ୍ଭ କରିଥିଲେ । ଏହି ତଦନ୍ତ ସମୟରେ କେନ୍ଦୁଝର ଡିଏଫଓ ସନ୍ତୋଷ ଯୋଶୀ ଚମ୍ପୁଆ ରେଂଜର କାସୀନାଥ ହେମ୍ବ୍ରମ, ଯୋଡା ବନପାଳ ପିଅନ ନାଏକ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ରବିବାର ଦୁଇଟି ହାତୀର ମୃତ୍ୟୁ ଘଟିଥିବା ବନ ବିଭାଗର କର୍ମଚାରୀ ଦେଖିବାକୁ ପାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ