ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କଲେ ସ୍ୱୟଂ ସହାୟକ ଗୋଷ୍ଠୀ

ହାଟଡ଼ିହି, (ଓ୍ବାଇଏନ୍ଏସ୍) : କୋଭିଡ-୧୯ର ମୁକାବିଲା ପାଇଁ ରାଜ୍ୟ ସରକାର ଆର୍ôଥକ ସମସ୍ୟାରେ ପଡିଥିବାବେଳେ ବିିଭିନ୍ନ ସଂଗଠନ ମୁଖ୍ୟମନ୍ତ୍ରୀଙ୍କ କୋଭିଡ-୧୯ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ସଢ଼ା ପଞ୍ଚାୟତ ମଉଦା ଗ୍ରାମର ସତ୍ୟସାଇ ଏସଏସଜି ଗ୍ରୁପ ଓ ସରିଡିସାଇ ଏସଏସଜି ଗ୍ରୁପର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୧୦ହଜାର ଟଙ୍କା ଦାନ କରିଛନ୍ତି । ସତ୍ୟସାଇ ଏସଏସଜି ଗ୍ରୁପର ସମ୍ପାଦିକା ଲକ୍ଷ୍ମୀପ୍ରୀୟା ପଢ଼ିଆରୀ ଓ ସିରିଡିସାଇ ଏସଏସଜି ଗ୍ରୁପର ସଭାନେତ୍ରୀ ସଶ୍ମୀତା ପାଣିଗ୍ରାହୀ ବ୍ଲକରେ ସିଡିପିଓ ସରସ୍ୱତୀ ସେଠୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ