ଭଞ୍ଜନଗରରେ ବଢ଼ିବାରେ ଲାଗିଛି କୋରନା ଆକ୍ରାନ୍ତଙ୍କ ସଂଖ୍ୟା
ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଘୁ ଘୁ ହୋଇ ବଢୁଥିବାବେଳେ ଭଞ୍ଜନଗରରେ ମଧ୍ୟ ଧୀରେ ଧୀରେ ଏହା ବଢ଼ିବାରେ ଲାଗିଛି l ପୂର୍ବରୁ ଭଞ୍ଜନଗର ଏନ୍ଏସି ରେ ଜଣେ ଓ ଗୋଲାପଡା ପଞ୍ଚାୟତ ରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୁଧବାର ଆଉ ୭ଟି ନୂଆ କେଶ ସାମ୍ନାକୁ ଆସିଛି।ସେଥି ମଧ୍ୟରେ ଗାଲେରୀ ପଞ୍ଚାୟତ ଝାଲିଆ ଗୋଚ୍ଛା ରେ ୬ଟି ଓ ବେଡିଗୋବା ରେ ଗୋଟିଏ ପଜିଟିଭ ଚିହ୍ନଟ ହୋଇଛି।ଜିଲ୍ଲା ପ୍ରଶାସନ ଅନୁମତିରେ ଝାଲିଆ ଗୋଚ୍ଛା ଅଞ୍ଚଳକୁ କଣ୍ଟେନ ମେଣ୍ଟ ଜୋନ ଘୋଷଣା କରାଯିବ। ଯାହାକୁ ନେଇ ସ୍ଥାନୀୟ ଜନସାଧାରଣ ଭୟଭୀତ ହୋଇ ପଡିଛନ୍ତି।ତେଣୁ ସମସ୍ତେ ଏଭଳି ସ୍ଥିତିରେ ଘରେ ରହି ବାହାରକୁ ନବାହାରିବା ଜରୁରୀ ହୋଇପଡିଛି।