ସୁଶାନ୍ତଙ୍କ ପୂର୍ବ ଘର ଥିଲା ହଣ୍ଟେଡ୍‌ : ରିୟା

ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତଙ୍କ ବାନ୍ଦ୍ରାସ୍ଥିତ ପୂର୍ବ ଘର ହଣ୍ଟେଡ୍‌ ଥିଲା। ଆମେ ସେଠାରେ ରହୁଥିବା ବେଳେ ସୁଶାନ୍ତଙ୍କୁ ଅନେକ ଥର ସେ ବିଷୟରେ କହିଥିଲି। ସେଥିପାଇଁ ସେ ଚିନ୍ତାରେ ଥିଲେ। ଏଭଳି ବୟାନ ଦେଇଛନ୍ତି ସୁଶାନ୍ତଙ୍କ ତଥାକଥିତ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ। ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ଖୋଜିବାକୁ କ୍ରାଇମ୍‌ବ୍ରାଞ୍ଚ୍‌ ଲାଗିପଡ଼ିଛି। ଏଥିପାଇଁ ପ୍ରାୟ ୧୩ ଜଣଙ୍କ ବୟାନ ରେକର୍ଡ କରାସରିଲାଣି। ପୋଲିସ ସୁଶାନ୍ତଙ୍କ ତଥାକଥିତ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଦୀର୍ଘ ୧୧ ଘଣ୍ଟା କାଳ ଜେରା କରିଥିଲା। ଏହି ସମୟରେ ରିୟା ବହୁତ ରହସ୍ୟମୟ କଥା ଖୁଲାସା କରିଥିଲେ। ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍‌କୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ସୋସିଆଲ ମିଡିଆରେ ସୁଶାନ୍ତଙ୍କୁ ନେଇ ଲଗାତାର ପୋଷ୍ଟ କରାଯାଉଛି। ମାତ୍ର ୩୪ ବର୍ଷ ବୟସରେ ସୁଶାନ୍ତ ସୁଇସାଇଡ୍‌ କରିଥିବା ଘଟଣାକୁ ତାଙ୍କ ଫ୍ୟାନ୍‌ମାନେ ଗ୍ରହଣ କରିପାରୁନାହାନ୍ତି। ସୂଚନାଯୋଗ୍ୟ ଯେ ସୁଶାନ୍ତ ସିଂହ ରାଜପୁତ ପୂର୍ବରୁ ବାନ୍ଦ୍ରାର କୈପରୀ ହାଇଟସ୍‌ରେ ରହୁଥିଲେ। ଅଙ୍କିତା ଲୋଖଣ୍ଡେଙ୍କ ଠାରୁ ଅଲଗା ହେବା ପରେ ସୁଶାନ୍ତ ସେ ଆପାର୍ଟମେଣ୍ଟକୁ ଚାଲିଯାଇଥିଲେ। ସେ ନିଜର ଏହି ଘରକୁ ଖୁବ୍‌ ସୁନ୍ଦର ଭାବେ ସଜାଇଥିଲେ। ସେ ଉକ୍ତ ଘରେ ପ୍ରାୟତଃ ପାର୍ଟି କରୁଥିଲେ। ଏହି କାରଣରୁ ସୋସାଇଟିର ଲୋକମାନେ ଅଭିଯୋଗ ବି କରିଥିଲେ। ସୋସାଇଟିର ସଚିବଙ୍କୁ ବାରମ୍ବାର ଅଭିଯୋଗ କରାଯିବ ପରେ ସୁଶାନ୍ତ ଉକ୍ତ ଘର ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ସେ ମୋଣ୍ଟ ବ୍ଲାଙ୍କରେ ଏକ ବଡ଼ ଡୁପ୍ଲେକ୍ସ ଆପାର୍ଟମେଣ୍ଟ ଭଡ଼ାସୂତ୍ରରେ ନେଇଥିଲେ। ସେଥିରେ ତିନିଟି ବଡ଼ ବେଡରୁମ୍‌ ଓ ଏକ ହଲ୍‌ ଥିଲା। ଏହି ଘରର ଭଡ଼ା ମାସକୁ ସାଢ଼େ ୪ ଲକ୍ଷ ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ