ଏକତା କପୁର ଙ୍କ ପ୍ରଡୋକସନ ହାଉସ ଛାଡିବେ କରନ ପଟେଲ

ଷ୍ଟାର ପ୍ଲସ୍ର ଲୋକପ୍ରିୟ ଧାରାବାହିକ ‘ୟେ ହେ ମୋହବତେଁ’ର ଅଭିନେତା କରନ୍ ପଟେଲ୍ ଶୋ’ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେ ୬ ବର୍ଷ ହେଲା ‘ରମନ୍ ଭଲ୍ଲା’ ଚରିତ୍ରରେ ଅଭିନୟ କରି ଆସୁଥିବା ବେଳେ ଏବେ ଶୋ’ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଷ୍ଟାର ପ୍ଲସ୍ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଜରିଆରେ ଏହି ଖବର ସତ ବୋଲି ସ୍ପଷ୍ଟ କରାଯାଇଛି।ମିଡିଆ ରିପୋର୍ଟ ଅନୁଯାୟୀ, କରନ୍ ଏହି ଧାରାବାହିକର ଷ୍ଟୋରୀ ଲାଇନ୍କୁ ନେଇ ଖୁସି ନଥିଲେ। ତେଣୁ ଏଭଳି ନିଷ୍ପତ୍ତି ନେଇଛନ୍ତି।କରନ୍ ନିଷ୍ପତ୍ତି ଏ ଧାରାବାହିକର ପ୍ରଯୋଜକ ଏକତା କପୁରଙ୍କ ପାଇଁ ବଡ଼ ଝଟ୍କା ବୋଲି କୁହାଯାଉଛି। କାରଣ ଏହି ଶୋ’ ଟିଆର୍ପି ସବୁବେଳେ ବହୁତ ଭଲ ଥାଏ। ଶୋ’ରେ ରମନ୍ ଓ ଇଶିତାଙ୍କ ଯୋଡ଼ିଙ୍କୁ ଦର୍ଶକ ଖୁବ୍ ପସନ୍ଦ କରନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ