କଂଗ୍ରେସ ଭବନରେ ଯୁବନେତା ମୁହାଁମୁହିଁ
ଭୁବନେଶ୍ୱର : ଆଜି ପବିତ୍ର ଶ୍ରୀଗୁଣ୍ଡିଚା । ଶ୍ରୀଗୁଣ୍ଡିଚାରେ ଭଲ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ । ହେଲେ କଂଗ୍ରେସରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଆଜିଭଳି ଦିନରେ କଂଗ୍ରେସ ଭବନରେ ଯୁବନେତାମାନେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି । ଯୁବ କଂଗ୍ରେସ ସଭାପତିଙ୍କୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ପରିସ୍ଥିତି ଏମିତି ହୋଇଛିଯେ, ପୁଲିସ ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଛି । ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି । ନିକଟରେ ରାଜ୍ୟ ଯୁବ କଂଗ୍ରେସ ସଭାପତି ଭାବେ ଡକ୍ଟର ସ୍ମୃତିରଂଜନ ଲେଙ୍କାଙ୍କୁ ନିଯୁକ୍ତ କରାଯାଇଛି । ତେବେ ତାଙ୍କୁ ବିରୋଧ କରି ଆଜି କେତେକ ଯୁବକ କଂଗ୍ରେସ ଭବନ ଫାଟକରେ ତାଲା ପକାଇଥିଲେ । ଅପରପକ୍ଷରେ ସ୍ମୃତିଙ୍କ ସମର୍ଥକମାନେ ତାଲା ଭାଙ୍ଗି କଂଗ୍ରେସ ଭବନରେ ପ୍ରବେଶ କରିଥିଲେ । ଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ପୁଲିସର ହସ୍ତକ୍ଷେପ ଫଳରେ ସ୍ଥିତି ସ୍ୱାଭାବିକ ହୋଇଥିବା ଜାଣିବାକୁ ମିଳିଛି ।