ସୋମବାର ଭଗବାନ ଶିବଙ୍କୁ କାହିଁକି କରାଯାଏ ପୂଜା?

ସୋମବାର ଭଗବାନ ଶିବଙ୍କୁ ଆରାଧନା କରିବାର ପରମ୍ପରା ବହୁତ ପୁରୁଣା । କାହିଁ କେଉଁ ପ୍ରାଚୀନ କାଳରୁ ଲୋକେ ସୋମବାର ଦିନ ଦେବ ଦେବ ମହାଦେବଙ୍କୁ ପୂଜା କରି ଆସୁଛନ୍ତି । ତେବେ ଏହି ଦିନରେ ଶିବଙ୍କୁ ପୂଜା କରିବାର କ’ଣ ବିଶେଷ ମହତ୍ୱ ରହିଛି ଆସନ୍ତୁ ଜାଣିବା । କୁହାଯାଏ ଚନ୍ଦ୍ରଦେବ ସୋମବାର ଦିନ ଭଗବାନ ଶିବଙ୍କୁ ପୂଜା କରି ନିରୋଗ ହୋଇଥିଲେ । ସେଥିପାଇଁ ସୋମବାର ଭଗବାନ ଶିବଙ୍କୁ ପୂଜା କରାଯାଏ । ଏହି ଦିନ ଶିବଙ୍କ ଆରାଧନା କଲେ ଚନ୍ଦ୍ର ଦେବ ବି ପ୍ରସନ୍ନ ହୁଅନ୍ତି । ସୋମବାର ଭଗବାନ ଶିବଙ୍କ ପୂଜା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।
ସୋମର ଅର୍ଥ ସୌମ୍ୟ । ଶିବଙ୍କୁ ଶାନ୍ତ ଦେବତା ମଧ୍ୟ କୁହାଯାଏ । ତେଣୁ ସୋମବାର ତାଙ୍କର ଦିନ ବୋଲି କୁହାଯାଏ । ତେଣୁ ଭକ୍ତଙ୍କ ପାଇଁ ସହଜ ଓ ସରଳ ହୋଇଥିବାରୁ ଶିବଙ୍କ ଆଉ ଏକ ନାମ ହେଉଛି ଭୋଳାନାଥ ।କିଛି ଲୋକ ଏମିତି ବି କହନ୍ତି ସୋମରେ ଓଁ ଅଛି । ଏହାକୁ ଭୋଳାନାଥଙ୍କ ଓଁର ସ୍ୱରୂପ ବୋଲି ମନେ କରାଯାଏ । ତେଣୁ ଏହି ଦିନ ଶିବଙ୍କ ପୂଜା କଲେ ବିଶେଷ ଲାଭ ମିଳେ ବୋଲି କୁହାଯାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ