ଆଠ ବର୍ଷର ଝିଅକୁ ଦୁଷ୍କର୍ମ କଲେ ଦୁର୍ବୁତ୍ତ

ଅନୁଗୁଳ (ଯୁଗାବ୍ଦ ନ୍ରୁ୍ୟଜ୍) : ଅନୁଗୁଳରେ ଲଜ୍ଜ୍ୟା । ଗତ ଶନିବାର ରାତିରେ ଗୋଟିଏ ଦୋକାନ ବାରଣ୍ଡାରରେ ଶୋଇଥିବା ମା କୋଳରୁ ୮ ବର୍ଷର ନାବାଳିକାକୁ ଉଠାଇ ନେଇ କିଛି ଦୁର୍ବୁତ୍ତ ଦୁଷ୍କର୍ମ କରି ମାଡ ମାରିବା ସହ କ୍ଷତାକ୍ତ ଅବସ୍ଥାରେ ନାବାଳିକା ଜଣକୁ ଡ୍ରେନରେ ଫୋପାଡି ଦେଇ ଚାଲିଯାଇଛନ୍ତି । ଏହି ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯିବା ସହ ଅପରାଧି ମାନଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ହେବା ପାଇଁ ଦାବି ହେଉଛି । ମିଳିଥିବା ଖବର ଅନୁଯାୟୀ ନାଗପୁର ଅଂଚଳର କିଛି ଯାଯାବର ଲୋକ ଏକ ସପ୍ରାହ ଧରି ରହି୍ଥିଲେ । କିନ୍ତୁ ଶନିବାର ରାତିରେ ପ୍ରବଳ ବର୍ଷା ହେବାରୁ ଯାଯାବର ବାପା ଓ ମା ସମେତ ତାଙ୍କର ଆଠ ବର୍ଷର ଝିଅ ସହିତ ଶୋଇପଡିଥିଲେ । କିନ୍ତୁ କେହି ଦୁର୍ବୁତ୍ତ ମା କୋଳରୁ ଆଠ ବର୍ଷର ଝିଅକୁ ଉଠାଇନେବା ସହ ତାଙ୍କ ଦୁଷ୍କର୍ମ କରିବା ସହ ତାଙ୍କୁ ମାଡ ମାରି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଯାଯାବର ବାପା ଓ ମା ଝିଅକୁ ନପାଇ ବହୁ ଖୋଜାଖୋଜି ପରେ ଏକ ପରିତ୍ୟକ୍ତ ନାଳରୁ ଝିଅକୁ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ । ଅଚେତ ଅବସ୍ଥାରେ ଝିଅଟିକୁ ଉଦ୍ଧାର କରାଯାଇ ଅନୁଗୁଳ ମେଡିକାଲରେ ଭର୍ତ୍ତିକରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ