ପୁଣି ଇତିହାସ ରଚିଲ। ଇସ୍ରୋ, ଶ୍ରୀହରିକୋଟା ରୁ ଉତକ୍ଷେପଣ ହେଲା ଚନ୍ଦ୍ରଯାନ-୨

(ଯୁଗାବ୍ଦ ନ୍ୟୁଜ) ଭାରତୀୟ ମହାକାଶ ବିଜ୍ଞାନରେ ଯୋଡି ହେଲା ଆଉ ଏକ ଇତିହାସ । ଆଜି ଶ୍ରାହରିକୋଟା ରୁ ଉତକ୍ଷେପଣ ହେଲା ଚନ୍ଦ୍ରଯାନ-୨ । ଏହା ସଫଳତା ର ସହ ଉତକ୍ଷେପଣ ହୋଇଛି ବୋଲି ସୂଚନା ଦେଇଛନ୍ତି କେ.ଶିବାନ । ଆଜି ଅପରାହ୍ନ ୨ଟା ୪୩ ମିନିଟରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ରରୁ ଇସ୍ରୋର ସବୁଠୁ ଓଜନଦାର ରକେଟ୍ ଜିୟୋସିଙ୍କ୍ରୋନସ ସାଟେଲାଇଟ୍ ଲଞ୍ଚ ହ୍ଵିକିଲ-ମାର୍କ ୩(ଜିଏସଏଲଭି-ଏମକେ୩) ଯାନ ଲ୍ୟାଣ୍ଡର(ବିକ୍ରମ) ଓ ରୋଭର(ପ୍ରଜ୍ଞା)କୁ ନେଇ ଉତକ୍ଷେପଣ ହୋଇଛି। ଚନ୍ଦ୍ରଯାନ-୨ ୪୮ ଦିନ ପରେ ଚନ୍ଦ୍ରର ଭୂପୃଷ୍ଠରେ ଅବତରଣ କରିବ। ଉତକ୍ଷେପଣ ପରେ ପ୍ରଥମ ପର‌୍ୟ୍ୟାୟ ସଫଳ ହୋଇଛି। ୧୬ ମିନିଟ୍ ପରେ ଚନ୍ଦ୍ରଯାନକୁ ପୃଥିବୀର କକ୍ଷରେ ଅବସ୍ଥାପିତ କରାଯାଇଛି। ତିରୁମାଲାରେ ଶନିବାର ଭଗବାନ ଭେଙ୍କଟେଶ୍ଵରଙ୍କ ପୂଜାର୍ଚ୍ଚନା କରିବା ପରେ ଇସ୍ରୋ ଅଧ୍ୟକ୍ଷ କେ.ଶିବାନ କହିଛନ୍ତି ଯେ, ଚନ୍ଦ୍ରଯାନ-୨ ପ୍ରଯୁକ୍ତିବିଦ୍ୟାରେ ଆଉ ଏକ ମାଇଲଖୁଣ୍ଟ ହେବ କାରଣ ଚନ୍ଦ୍ରର ଦକ୍ଷିଣ ଧ୍ରୁବ ନିକଟରେ ଯାନକୁ ଅବତରଣ କରାଇବାକୁ ପ୍ରୟାସ କରାଯିବ। ଏହି ସମୟରେ ଅବତରଣ କରାଇବା ଜଟିଳ ହୋଇଥାଏ। ଅବତରଣ ସମୟରେ ୧୫ ମିନିଟ୍ ବହୁତ ମୁସ୍କିଲ ରହିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ