ଇଭିଏମ ବଦଳାଯିବା ଅଭିଯୋଗରେ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଷ୍ଟ୍ରଙ୍ଗରୁମର ସୁରକ୍ଷା ବୁଲାଇ ଦେଖାଗଲା

କେନ୍ଦ୍ରାପଡା , (ଯୁଗାବ୍ଦ ନ୍ୟୁଜ) – ପାଟକୁରା ନିର୍ବାଚନ ମଣ୍ଡଳିର ୨୯୪ନମ୍ବର ବୁଥର ଇଭିଏମ ମେସିନ ବିନା ସିଲରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟସ୍ଥିତ ଷ୍ଟ୍ରଙ୍ଗରୁମକୁ ଆସିଥିବାରୁ ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହ ପାଟିତୁଣ୍ଡ ହୋଇଥିଲା । ରବିବାର ଜିଲ୍ଲା ନିର୍ବାଚନ ଅଧିକାରୀ ସମର୍ଥ ବର୍ମାଙ୍କ ପକ୍ଷରୁ ପାଟକୁରା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଇଭିଏମ ରଖାଯାଇଥିବା ଷ୍ଟ୍ରଙ୍ଗରୁମର ସୁରକ୍ଷା ସମ୍ପର୍କରେ ବୁଲାଇ ଦେଖାଇଥିଲେ । ଏତଦବ୍ୟତିତ ଷ୍ଟ୍ରଙ୍ଗରୁମ ସୁରକ୍ଷା ସଂକ୍ରାନ୍ତରେ ସେମାନଙ୍କ ସହ ଆଲୋଚନା କରିବା ସହିତ ସିସି ଟିଭି ସର୍ଭେଲାନ୍ସରେ କିଭଳି ଷ୍ଟ୍ରଙ୍ଗରୁମକୁ ରଖାଯାଇଛି ସେସବୁ ମଧ୍ୟ ଦେଖାଇଥିଲେ । ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର,ବିଜେଡି ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲ,କଂଗ୍ରେସ ପାର୍ଥୀ ଜୟନ୍ତ ମହାନ୍ତି ମଧ୍ୟ ଇଭିଏମ ସୁରକ୍ଷା ସଂପର୍କୀତ ସମସ୍ତ ସ୍ଥାନ ବୁଲି ଦେଖିଥିଲେ । ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ବର୍ମାଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ,ଉପଜିଲ୍ଲାପାଳ ତଥା ୯୬-ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳିର ରିଟର୍ଣ୍ଣିଂ ଅଫିସର ଜ୍ୟୋତିଶଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ