୩ଦିନିଆ ସଟ୍‌ଡାଉନ୍ ଘୋଷଣା ପରେ ଦୋକାନ ବଜାରରେ ପ୍ରବଳ ଭିଡ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ କରୋନା ପଜିଟିଭ୍ ଦୃତ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ୨୮ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଗୋଷାଣୀ ବ୍ଲକ, ଗୁମ୍ମା ବ୍ଲକ, ପାରଳାଖେମୁଣ୍ଡି ପୌରପରିଷଦ ଏବଂ କାଶୀନଗର ବ୍ଲକର ରାଣୀପେଣ୍ଠ ପଞ୍ଚାୟତକୁ ସଟଡାଉନ୍ ଘୋଷଣା କରାଯାଇଛି । ଏ ନେଇ ଆଜି ସକାଳୁ ଲୋକମାନଙ୍କ ଲୋକମାନଙ୍କ ଭିଡ ବିଭିନ୍ନ ଦୋକାନ,ବଜାର ଏବଂ ଏଟିଏମ୍ ଗୁଡିକରେ ଦେଖିବାକୁ ମିଳିଛି । ଗୋଟିଏ ପଟେ ଜନଗହଳି ଅଧିକ ରହିଥିବା ବେଳେ ପନିପରିବା ଦର ହଠାତ୍ ବୃଦ୍ଧି ପାଇ ଆକାଶ ଛୁଆଁ ହୋଇଛି । ଏପରି କି ବାଇଗଣ କିଲୋ ୬୦ଟଙ୍କା,ଟମାଟ ୬୦ଟଙ୍କା ,ବନ୍ଧା କୋବି ୬୦ଟଙ୍କା,ଜହ୍ନି ୬୦ଟଙ୍କା,ପୋଟଳ ୬୦ଟଙ୍କା ଆଦି ପରିବା ଦର ବୃଦ୍ଧି ପାଇଛି । ଲୋକମାନଙ୍କ ସୁବିଧା ପାଇଁ ପ୍ରଶାସନ ଶନିବାର ଦିନ ସକାଳ ୬ଘଣ୍ଟା ଠାରୁ ରାତ୍ର ୯ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଖୋଲା ରଖାଯିବ ବୋଲି ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଇଛନ୍ତି । ସଟ୍‌ଡାଉନ୍ ଘୋଷଣା ପରେ ଏପରି ଦର ବୃଦ୍ଧି ପାଇବା ପ୍ରତି ପ୍ରଶାସନର କୌଣସି ଦୃଷ୍ଟି ପଦକ୍ଷେପ ନ ଥିବା ଯୋଗୁଁ ଏପରି ହୋଇଛି ବୋଲି ଅଭିଯୋଗ ହୋଇଛି । ପ୍ରଶାସନ ପକ୍ଷରୁ ସଟ୍‌ଡାଉନ୍ ଘୋଷଣା କରିବା ପରେ ଲୋକମାନେ ୩ଦିନ ଘରେ ରହିବା ବାଧ୍ୟତା ମୁଳକ ହୋଇଥିବା ବେଳେ ସମସ୍ତେ କିପରି ସଠିକ ମୁଲ୍ୟରେ ସମସ୍ତ ସାମଗ୍ରୀ ଖରିଦ କରିବେ ସେଥି ପ୍ରତି ଦୃଷ୍ଟି ଦିଆଯାଇ ନାହିଁ ବୋଲି ଚର୍ଚ୍ଚା ହେଉଛି । ଲକ୍‌ଡାଉନ୍ ଯୋଗୁଁ ଲୋକମାନଙ୍କ ପାଖରେ କାମଧନ୍ଦା ନ ଥିବାରୁ ଅର୍ଥାଭାବ ଦେଖା ଦେଇଛି । ଏପରି ସମୟରେ ଆକାଶ ଛୁଆଁ ଦରରେ ୩ଦିନ ପାଇଁ ନିଜ ନିଜ ପରିବାରର ସମସ୍ତ ଖାଦ୍ୟ ସାମଗ୍ରୀ କିଣିବା କଷ୍ଟକର ହୋଇ ପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ