ଅଁରାରେ ମହିଳାଙ୍କୁ ଆକ୍ରମଣ ଘଟଣା, ଡିଜିଙ୍କୁ ଭେଟିଲେ ମହିଳା
ହାଟଡ଼ିହି, (ଓ୍ବାଇଏନ୍ଏସ୍) : ଅଁରା ଗ୍ରାମରେ ଏକ ସରକାରୀ ଜମି ବିବାଦକୁ ନେଇ ଗତ ୯ତାରିଖରେ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଥିବା ଘଯଣାରେ ପୁଲିସ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରି ମହିଳା ଜଣକ ପୁଲିସ ମହା ନିର୍ଦ୍ଦେଶକଙ୍କୁ ଭେଟି ଅଭିଯୋଗ କରିଛନ୍ତିି । ଅଭିଯୋଗ ଅନୁଯାଇ ଗ୍ରାମର ମୁଣ୍ଡାସାହି ନିକଟରେ ନାରାୟଣ ପରିଡା ନାମକ ଜଣେ ବ୍ୟକ୍ତି ଘର କରିରହୁଥିବାବେଳେ ନିକଟରେ ଥିବା ଏକ ସରକାରୀ ଜମିକୁ ଜବରଦଖଲ କରିଥିଲେ । କିନ୍ତୁ ଗଡିଆ ସାହିର ଲୋକମାନେ ଏହାକୁ ବିରୋଧକରି ଏହି ଜମି ଜବରଦଖଲରୁ ହଟିଯିବା ପାଇଁ ତାଙ୍କୁ କହୁଥିଲେ । ଏପରିକି ତାଙ୍କୁ ସେଥିପାଇଁ ଏକଘରିଆ କରିବା ସହିତ ତାଙ୍କ ଦୋକାନରୁ କେହି କାରବାର ନକରିବାକୁ ମଧ୍ୟ ନିଷ୍ପତି ନେଇଥିଲେ । ତାଙ୍କୁ ବାରମ୍ବାର ସାହିଲୋକେ ଧମକ ଚମକ ଦେଉଥିବା ଓ ତାଙ୍କ ଜୀବନ ପ୍ରତି ବିପଦ ଥିବାନେଇ ମହିଳା ଜଣକ ସକାଳେ ତାଙ୍କ ପତ୍ନୀ ଦମୟନ୍ତୀ ପରିଡା ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ । ପୁଲିସରେ ଅଭିଯୋଗ କରି ଘରକୁ ଆସିବାପରେ ଅପରାହ୍ନରେ ସାହିର ୧୦/୧୨ଜଣ ବ୍ୟକ୍ତି ତାଙ୍କ ଘର ଉପରେ ଆକ୍ରମଣ କରିବାରୁ ଦମୟନ୍ତୀଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିଲା । ଏନେଇ ଦମୟନ୍ତୀ ନନ୍ଦିପଦା ଥାନାରେ ଅଭିଯୋଗ କରିôତଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଉ ନଥିବା ଓ ପୁର୍ବରୁ ମଧ୍ୟ ସାହି ଲୋକେ ତାଙ୍କ ଘରକୁ ପୋଡି ଦେଇଥିବା ନେଇ ପୁଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ଦମୟନ୍ତୀ ଅଭିଯୋଗ କରିଛନ୍ତି ।


