କାଠ ବୋଝେଇ ପିକଅପ ଜବତ
ହାଟଡ଼ିହି, (ଓ୍ବାଇଏନ୍ଏସ୍) : ଆଜି ମଧ୍ୟାହ୍ନରେ ଆନନ୍ଦପୁର-ଭଦ୍ରକ ରାସ୍ତାର ବଞ୍ଚୋଛକ ନିକଟରେ ଆନନ୍ଦପୁର ପୁଲିସ ଏକ କାଠ ବୋଝେଇ ପିକଅପ ଭ୍ୟାନକୁ ଜବତ କରିଛି । ଓଆର-୦୨ଏନ-୪୪୧୨ ନମ୍ବର ବିଶିଷ୍ଟ ପିକଅପ ଭ୍ୟାନଟି କାଠପଟା, ସିଲପଟ ବୋଝେଇ କରି ଆନନ୍ଦପୁର ଆଡୁ ଭଦ୍ରକ ପଟକୁ ଯାଉଥିବାବେଳେ ପୁଲିସକୁ ଦେଖି ଦ୍ରୁତଗତିରେ ପଳାଇଥିଲା । ଆନନ୍ଦପୁର ଥାନା ଏସ.ଆଇ ସୁଶାନ୍ତ ଖୁଣ୍ଟିଆ ସନ୍ଦେହକରି ଗାଡିଟିକୁ ପିଛାକରି ବଞ୍ଚୋଛକ ନିକଟରେ ଧରିବାପରେ କାଠ ବୋଝେଇ ହୋଇଥିବା ଦେଖି ଗାଡିଟିକୁ ଜବତ କରି ଆନନ୍ଦପୁର ଥାନାକୁ ନେଇଯାଇଛନ୍ତି ।


