ପାରାଦ୍ୱୀପ ରିଫାଇନାରୀ ପକ୍ଷରୁ ମକ୍‌ଡ୍ରିଲ ଅନୁଷ୍ଠିତ

ପାରାଦ୍ୱୀପ (ପୀତବାସ ପ୍ରଧାନ) : ପାରାଦ୍ୱୀପ ରି‘ାଇନେରୀ ପକ୍ଷରୁ ଶୁକ୍ରବାର ଦିନ ଅନସାଇଟ ଡିଜାଷ୍ଟର ମକଡ୍ରିଲ ଅନୁଷ୍ଠିତ ହୋଇଥିଲା । ବାର୍ଷିକ ସୁରକ୍ଷା କାର୍ଯ୍ୟକ୍ରମ ଅର୍ନ୍ତଗତ ଏହି କାର୍ଯ୍ୟକ୍ରମ ରେ ତତ୍‌କାଳ ଆପାତକାଳୀନ ବିପର୍ଯ୍ୟୟ ସମୟରେ କିପରି ସୁରକ୍ଷା ଦିଆଯାଇ ପାରିବ ସେ ନେଇ ମକଡ୍ରିଲ୍ ପ୍ରଦର୍ଶିତ ହୋଇଥିଲା । ରିଫାଇନାରୀ ପ୍ଳାଣ୍ଟ ମଧ୍ୟରେ ଥିବା କ୍ରୁଡ୍ ଟ୍ୟାଙ୍କ-୨୦୧-ଟିକେ-୧୨ ନିକଟରେ ଏହା ପ୍ରଦର୍ଶିତ ହୋଇଥିଲା । ଶୁକ୍ରବାର ସକାଳେ ଫାୟାର ଆଣ୍ଡ ସେପ୍ଟି ଓ ସିଆଇଏସଏଫ୍ (ଅଗ୍ନିଶ୍ରମ ବିଭାଗ) ର କର୍ମଚାରୀମାନେ ସମସ୍ତ ଯନ୍ତ୍ରପାତି ସହ ସେଠାରେ ପହଞ୍ôଚ କୃତ୍ରିମ ଅଗ୍ନିକୁ ନିର୍ବାପନ କରିଥିଲେ । କୋଭିଡ୍‌-୧୯ ସମୟରେ ସାମାଜିକ ଦ୍ୱରତ୍ୱ ବଜାୟ ରଖି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସ୍ଥାନୀୟ ଶିଳ୍ପସଂସ୍ଥା ପାରାଦ୍ୱୀପ ବନ୍ଦର, ଇଫକୋ, ପିପିଏଲ, ଓଡିଶା ସରକାରଙ୍କ ଅଗ୍ନିଶମ ବାହିନ ଏହ ମକଡ୍ରିଲ୍ ରେ ସାମିଲ ହୋଇଥିଲେ । ରିଫାଇନାରୀ ର ନିର୍ବାହୀ ନିର୍ଦ୍ଦେଶକ ତଥା ପାରାଦ୍ୱୀପ ରିଫାଇନାରୀର ମୁଖ୍ୟ ଟିଡିଭିଏ୍ ଗୋପାଳକ୍ରିଷ୍ଣନ ଙ୍କ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ବୋଲି ପାରାଦ୍ୱୀପ ରିଫାଇନେରୀର କର୍ପୋରେଟ୍ ମ୍ୟାନେଜର (ଏମ୍‌ଏସ୍‌, ଏଲ୍‌ଆଣ୍ଡଡି) ଏସ୍‌.ଏସ୍‌.ପାତ୍ର ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ