ଓଡିଶାରେ ଏମଏସଏମଇ ନିମନ୍ତେ ଆର୍ଥିକ ପ୍ୟାକେଜ୍ ଏବଂ ସୁଯୋଗ ଉପରେ ଗୁରୁତ୍ୱାରୋପ

ନୂଆଦିଲ୍ଲୀ : ବିଶ୍ୱ ଏମଏସଏମଇ ଦିବସରେ ନୂଆଦିଲ୍ଲୀର ଓଡିଆ ସମାଜ ପକ୍ଷରୁ ଶନିବାର ଆୟୋଜିତ ୱେବିନାର ‘ଓଡିଶାରେ ଏମଏସଏମଇ ନିମନ୍ତେ ଆର୍ଥିକ ପ୍ୟାକେଜ୍ ଏବଂ ସୁଯୋଗ’ରେ ଭିଡିଓ କନଫରେନ୍ସିଂରେ ସାମିଲ ହୋଇ ଓଡିଆ ଯୁବ ବ୍ୟବସାୟୀଙ୍କୁ ଉଦ୍ୟମୀ ବନାଇବା ପାଇଁ ସମସ୍ତଙ୍କୁ ଦାୟିତ୍ୱ ନେବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାରେ ଏମଏସଏମଇ ସମେତ ଅନ୍ୟ ଆନୁଷଙ୍ଗିକ କ୍ଷେତ୍ରର ବିକାଶ କରିବା ପାଇଁ ଅର୍ଥ, ଦକ୍ଷତା, କଂଚାମାଲ, ପରିଶ୍ରମୀ ମାନବସମ୍ବଳ, ନିଜସ୍ୱ ବଜାର ଭଳି କୌଣସି ଜିନିଷର ଅଭାବ ନାହିଁ । ଭାରତ ସରକାର ଓ ରାଜ୍ୟ ସରକାର ମିଳିତ ଭାବରେ ଏମଏସଏମଇ ପାଇଁ ବଡ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ଓଡିଶାର ଭିତିଭୂମି ଓ ଭୌଗଳିକ ସ୍ଥିତି ଭାରତବର୍ଷର ଅନ୍ୟ ଅଂଚଳ ତୁଳନାରେ ଭିନ୍ନ ଏବଂ ଅପୂର୍ବ ସମ୍ଭାବନାର କ୍ଷମତା ରଖୁଛି । ବିଶ୍ୱ ବାଣିଜ୍ୟ ସହ ନିଜକୁ ଯୋଡିବାରେ ଓଡିଶାରେ ପର୍ଯ୍ୟାପ୍ତ ଭିତିଭୂମି ଅଛି ା ଏ ଦିଗକୁ ଲକ୍ଷ୍ୟରେ ରଖି ଓଡିଶାକୁ ନୂଆ ରାସ୍ତାରେ ନେବା ପାଇଁ ପଡିବ ବୋଲି କହିଛନ୍ତି । ବର୍ତମାନ ପରିସ୍ଥିତିରେ ଓଡିଆ ଲୋକଙ୍କର ଅଧିକ ଭୂମିକା ରହିବା ଦରକାର । ଓଡିଶାରେ ଏମଏସଏମଇ କ୍ଷେତ୍ରରେ ସୁଯୋଗ ତିଆରି କରିବା ପାଇଁ ବିଧିବଧ ଯୋଜନା ପ୍ରସ୍ତୁତ କରାଯାଉ । ଓଡିଶା ଭଳି ରାଜ୍ୟରେ ବ୍ୟାଙ୍କର୍ସ ଏବଂ ଉଦ୍ୟୋଗୀ ମାନଙ୍କ ମଧ୍ୟରେ ଇକୋସିଷ୍ଟମ ତିଆରି କରାଯାଉ । ସେ କହିଛନ୍ତି ଦେଶ ଓ ଦେଶ ବାହାରେ ଓଡିଆମାନେ ଭଲ କାମ କରୁଛନ୍ତି ଏବଂ ଆର୍ଥିକ ସମ୍ବନ୍ଧୀୟ ବିଭାଗରେ ଗୁରୁତ୍ୱ ୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି । ରିଜର୍ଭ ବ୍ୟାଙ୍କ୍‌, ସେୟାର ମାର୍କେଟ, ବ୍ୟାଙ୍କିଂ ଜଗତ କିମ୍ବା ଆକାଉଟିଂ ଏବଂ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଓଡିଆ ଲୋକମାନେ ଗୁରୁତ୍ୱ ୂର୍ଣ୍ଣ ଭୂମିକାରେ କାମ କରୁଛନ୍ତି । ଏହି ଲୋକମାନେ ହିଁ ନିଜର ଦାୟିତ୍ୱକୁ ଓଡିଆ ଲୋକଙ୍କ କାମରେ ଉପଯୋଗ କରନ୍ତୁ । ଆନୁଷଙ୍ଗିକ କ୍ଷେତ୍ର ସମେତ ଅର୍ଥନୈତିକ ବଜାରକୁ ମଧ୍ୟ ଗୁରୁତ୍ୱ ଦିଆଯାଉ । ତାମିଲନାଡୁ ବିଶ୍ୱ ଆକାଂଉଟିର ବ୍ୟାକ୍ ଅଫିସ ବନେଇପାରିବା ଭଳି ଓଡିଶାର ଭୁବନେଶ୍ୱରରେ ମଧ୍ୟ ଏହିଭଳି ପ୍ରତିଷ୍ଠାନ ତିଆରି କରାଯାଇପାରିବ ବୋଲି କହିବା ସହ ଓଡିଶା ସରକାରଙ୍କ ଅଧିକାରୀଙ୍କୁ ଅର୍ଥନୈତିକ ବଜାରକୁ ମଧ୍ୟ ଏକ କ୍ଷେତ୍ର ଭାବରେ ଗୁରୁତ୍ୱ ଦେବାକୁ କହିଥିଲେ । ଏଭଳି ବିଷୟରେ ଓଡିଶାର ଏମଏସଏମଇ କ୍ଷେତ୍ରରେ ସମ୍ଭାବନାକୁ ଦର୍ଶେଇବା ପାଇଁ ୱେବିନାର ଆୟୋଜନ କରିଥିବାରୁ ଓଡିଆ ସମାଜକୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ୱେବିନାର ସାମିଲ ପ୍ରବକ୍ତାଙ୍କୁ ଏହି କାର୍ଯ୍ୟକ୍ରମରେ ରାଜ୍ୟ, ଦେଶ ଓ ଦେଶ ବାହାରୁ ଆସିଥିବା ସମସ୍ତ ପ୍ରଶ୍ନର ଉତର ଦେବାକୁ ନିବେଦନ କରିଥିଲେ । ଭାରତ ସରକାରଙ୍କ ଅର୍ଥ ବିଭାଗର ସଚିବ ଦେବାଶିଷ ପଣ୍ଡା କହିଛନ୍ତି ଭାରତ ସରକାର ଆର୍ଥିକ ପ୍ୟାକେଜରେ ଏମଏସଏମଇ କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି ଯାହା ନୂଆ ନୂଆ ଉଦ୍ୟୋଗୀ ମାନଙ୍କୁ ସୁଯୋଗ ପ୍ରଦାନ କରିବ ଏବଂ ଆତ୍ମନିର୍ଭର ଭାରତ ଦିଗରେ ସହାୟକ ହେବ । ଅବସରପ୍ରାପ୍ତ ଆଇଏଏସ ଅଫିସର ଅରୁଣ ପଣ୍ଡା କହିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ମଧ୍ୟ ରେପୋ ରେଟ୍‌କୁ ହ୍ରାସ କରିଛି । ଓଡିଶାରେ ରାଉରକେଲା ଇସ୍ପାତ କାରଖାନା, ଯାଜପୁର କଳିଙ୍ଗ ନଗର ଭଳି ଶିଳ୍ପ ପ୍ରତିଷ୍ଠାନ ଥିବାରୁ ରାଜ୍ୟରେ ଏମଏସଏମଇ କ୍ଷେତ୍ରରେ ଅପାର ସମ୍ଭାବନାର ସୁଯୋଗ ସୃଷ୍ଟି ହୋଇଛି । ଓଡିଶା ସରକାରଙ୍କ ଏମଏସଏମଇ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଏମଏସଏଇ କ୍ଷେତ୍ର ଉପରେ ରାଜ୍ୟରେ ଥିବା ସୁଯୋଗ ଉପରେ ଖାଦ୍ୟ, ପେଟ୍ରୋକେମିକାଲ, ପର୍ଯ୍ୟଟନ, ସମେତ ୬ଟି କ୍ଷେତ୍ରକୁ ଗୁରୁତ୍ୱ ଦେଇଥିଲେ । ଭାରତ ସରକାରଙ୍କ ଦ୍ୱାରା ନିକଟରେ ଏହି କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ପାରାଦୀପ ପ୍ଲାଷ୍ଟିକ ପାର୍କ, ଭଦ୍ରକ ଟେକ୍ସଟାଇଲ ପାର୍କ ତଥା ଶିଳ୍ପ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବ ବୋଲି ମତବ୍ୟକ୍ତ କରିଥିଲେ । ସେହି ରି ଓଡିଶାର ସରକାରଙ୍କ ଇଡକୋ ଏମଏସଏମଇ ବିଭାଗର ଅଧ୍ୟକ୍ଷ ସଞ୍ଜୟ ସିଂହ ଓ ଅଶୋକ କେ. ପ୍ରଧାନ ଓଡିଶାରେ ଏମଏସଏମଇକୁ ବିକଶିତ କରିବା ଦିଗରେ ନିଜ ମତଜାହିର କରିଥିଲେ ଓ ନୂଆ ଉଦ୍ୟୋଗୀ ମାନଙ୍କୁ ସଫଳତା ଦେବ ବୋଲି କହିଥିଲେ । ଉଲ୍ଲେଖନୀୟ ଯେ, ଏହି ୱେବିନାରରେ ଓଡିଶା, ଦେଶ ଏବଂ ଦେଶ ବାହାରୁ ୧ ହଜାରରୁ ଉର୍ଦ୍ଧ୍ୱ ଓଡିଆ ବ୍ୟବସାୟ ଜଗତ ସମେତ ଅନେକ କ୍ଷେତ୍ରରେ କାମ କରୁଥିବା ଓଡିଆ ଲୋକମାନେ ଭିଡିଓ କନଫରେନ୍ସିଂ ଜରିଆରେ ଅଂଶଗ୍ରହଣ କରିଥିବା ବେଳେ ଭାରତ ସରକାରଙ୍କ ଅର୍ଥ ବିଭାଗର ସଚିବ ଦେବାଶିଷ ପଣ୍ଡା, ଅବସରପ୍ରାପ୍ତ ଆଇଏଏସ ଅଫିସର ଅରୁଣ ପଣ୍ଡା, ଓଡିଶା ସରକାରଙ୍କ ଏମଏସଏମଇ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଓଡିଶାର ସରକାରଙ୍କ ଇଡକୋ ଏମଏସଏମଇ ବିଭାଗର ଚେୟାରମ୍ୟାନ ସଞ୍ଜୟ ସିଂହ ପ୍ରମୁଖ ପ୍ରବକ୍ତା ଭାବେ କାର୍ଯ୍ୟକ୍ରମରେ ଯୋଗଦେଇ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ