ବୋଲେରୋ-ବାଇକ ଧକ୍କା, ଜଣେ ଗୁରୁତର
ହାଟଡିହି (ଓ୍ବାଇଏନ୍ଏସ୍) : ଓରାଳି ଶାଳଣିଆଁ ରାସ୍ତାରେ ଆଜି ବୋଲେରୋ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଓରାଳି ଗ୍ରାମର ରବି ରାଉତ ନାମକ ଜଣେ ଯୁବକ କୌଣସି କାମରେ ତାମ୍ପଳାକୁ ଯାଇ ଫେରୁଥିବାବେଳେ ଓରାଳି ଶାଳଣିଆଁ ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ସମ୍ମୁଖରୁ ଆସୁଥିବା ଏକ ବୋଲେରୋ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ରବିନ୍ଦ୍ରଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବାବେଳେ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଓ ବୋଲେରୋକୁ ଜବଦ କରିଛି ।