ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ଵର ପଞ୍ଚାୟତ ଶଟ୍ ଡାଉନ୍

ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ଵର ପଞ୍ଚାୟତ କୁ ରବିବାର ଠାରୁ ଶଟ୍ ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ ଅନୀତା କୁମାରୀ ସ୍ବାଇଁ।ଏନେଇ ଗଞ୍ଜାମ ଜିଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ ପ୍ରଶାସନ ସହ ସବିଶେଷ ଆଲୋଚନା ପରେ ସମଗ୍ର ପଞ୍ଚାୟତ କୁ ଏକ ସପ୍ତାହବ୍ୟାପୀ ଶଟ ଡାଉନ ଘୋଷଣା କରାଯାଇଥିବା ସେ କହିଛନ୍ତି।ଏନେଇ ବିଡ଼ିଓ ହଳଧର ଶବର ଙ୍କୁ ପଚାରିବାରୁ ଶଟ ଡାଉନ୍ ସମ୍ପର୍କରେ ସମସ୍ତ ପଞ୍ଚାୟତ ବାସୀଙ୍କୁ ଅବଗତ କରିଦିଆଯାଇଛି।ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବ୍ୟାପକ ସଚେତନତା କରାଯାଇଛି। କୋଭିଡ-୧୯ ପରିପ୍ରେକ୍ଷୀରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଏବଂ ମାସ୍କ ପରିଧାନ କରିବା ନେଇ ପ୍ରଶାସନ ତୀକ୍ଷ୍ଣ ନଜର ରଖିଥିବା ବେଳେ ଶଟ ଡ଼ାଉନ ସମୟରେ ଜରୁରୀ ସେବା ଯୋଗାଉଥିବା ସଂସ୍ଥା ବ୍ୟତୀତ ସମସ୍ତ ଦୋକାନ ବଜାର ବନ୍ଦ ରହିବ। କେହିବି ଘରୁ ବାହାରିବେ ନାହିଁ।ପୋଖରୀରେ ଗାଧୋଇବା ଶୌଚ ହେବା ମନା। ଜରୁରୀ କାମ ନଥିଲେ ଘରୁ ବାହାରକୁ ବାହାରିବେ ନାହିଁ । ଲୋକେ ଭୟଭୀତ ନ ହୋଇ ସାମାଜିକ ଦୂରତା ସହ ସମସ୍ତେ ମାସ୍କ ପିନ୍ଧିବା ଜରୁରୀ ବୋଲି ମାଇକ ଯୋଗେ ପ୍ରଚାର କରାଯାଇଥିବା ସରପଞ୍ଚ ପ୍ରତିନିଧି ସରୋଜ କୁମାର ଜେନା କହିଛନ୍ତି। ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ର ରୁ ଫେରି ହୋମ କ୍ଵାରେଣ୍ଟାଇନରେ ଥିବା କିଛି ପ୍ରବାସୀ ଓଡ଼ିଆ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ କରୋନା ପଜେଟିଭ୍ ଚିହ୍ନଟ କରାଯାଇ ଚିକିତ୍ସା କରାଯାଉଛି। ଏ ନେଇ ରବିବାର ରିପୋର୍ଟ ମିଳିବା ପରେ ଏଭଳି ପଦକ୍ଷେପ ନିଆଯାଇଥିବା ଦିଗପହଣ୍ଡି ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ ସୂଚନା ଦେଇଛନ୍ତି। ସମଗ୍ର ପଞ୍ଚାୟତକୁ ଶଟ ଡାଉନ୍ ଘୋଷଣା ସହ ଆବଶ୍ୟକ ପଡିଲେ ସିଦ୍ଧେଶ୍ୱର ଗାଁ କୁ କଣ୍ଟେନମେଣ୍ଟ ଜୋନ କରିବା ନିମନ୍ତେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ବିଚାର ବିମର୍ଶ ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ