ଜିଲ୍ଲାପାଳଙ୍କ ଚିକିଟି ଗସ୍ତ

ଚିକିଟି, (କୁରେଶୁ ସାହୁ):ଦିନିକୁ ଦିନ ଗଞ୍ଜାମ ଜିଲ୍ଲା ରେ କରୋନା ସଂକ୍ରମଣ ବଢ଼ୁଥିବାବେଳେ ଏହାକୁ ପ୍ରତିହତ କରିବା ପାଇଁ ଆଜି ଗଞ୍ଜାମ ଜିଲ୍ଲାପାଳ ଵିଜୟ ଅମୃତ କୁଲଙ୍ଗ ଚିକିଟି ବ୍ଲକ ରେ ପହଞ୍ଚି ଥିଲେ।ୱାର୍ଡ ସ୍ତରରେ କମିଟି ଗଠନ କରି କୋବିଡ଼ କଣ୍ଟ୍ରୋଲ ପାଇଁ ଉପଦେଶ ଦେଇଥିଲେ। ଏପରିକି ମାସ୍କ ବ୍ୟବହାର, ଯୁବକ ମାନଙ୍କ ଏକତ୍ରିତ ଭାବେ ଖେଳାବୁଲା ରୋକିବା, ପୋଖରୀ,ଜଳାଶୟ ଇତ୍ୟାଦିକୁ ଵ୍ୟଵହାର ନକରିବା କୁ ପ୍ରବର୍ତ୍ତାଇବା, ସଙ୍ଗରୋଧ ରୁ ଫେରିଥିବା ବ୍ୟକ୍ତି ମାନେ ସାତ ଦିନ ନିଜ ଗୃହରେ ସଙ୍ଗରୋଧ ରହିବାକୁ ବାଧ୍ୟ କରିବା, ସାମାଜିକ ଦୂରତା ରକ୍ଷା କରିବା କୁ ପ୍ରାଧାନ୍ୟ ଦେବା ବିଷୟ ରେ ବୁଝାଇ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ସମସ୍ତ ସରପଞ୍ଚ, ସମିତି ସଭ୍ୟ,ଜିଲ୍ଲା ପରିଷଦ ସଭ୍ୟ, ବିଡ଼ିଓ, ତହସିଲଦାର, ଏନଏସି କାର୍ଯ୍ୟନିର୍ବାହୀ, ପ୍ରମୁଖ ଉପସ୍ଥିତ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ